ପ୍ରଥମେ ମକା ମଞ୍ଜିରେ କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଟମାଟୋ ଓ କଟା ରସୁଣକୁ ଭାଜି ପୁର ପ୍ରସ୍ତୁତ କରନ୍ତୁ। ଏବେ ଏକ ପାତ୍ରରେ ପୋଇ ପତ୍ରକୁ ଛୋଟ ଛୋଟ କରି ସେଥିରେ କଟା ପିଆଜ, ଲଙ୍କା ଗୁଣ୍ଡ, ଲୁଣ ଓ କଞ୍ଚା ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଫେଣ୍ଟି ଦିଅନ୍ତୁ। ତା’ପରେ ତାୱାରେ ତେଲ ଗରମ କରି ପୋଇପତ୍ର ଓ ଅଣ୍ଡା ମିଶ୍ରଣକୁ ପକାନ୍ତୁ ଓ ଚାରି ଆଡ଼କୁ ଖେଳାଇ ଦିଅନ୍ତୁ, ଯେମିତି ତାହା ଚକୁଳି ପିଠା ଆକାରର ହେବ। ଏବେ ତା’ ଉପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମକା ପୁର ଦିଅନ୍ତୁ। ପୁର ଉପରେ ଆଉ ଥରେ ପୋଇପତ୍ର ଓ ଅଣ୍ଡା ମିଶ୍ରଣକୁ ପକାନ୍ତୁ। ଗୋଟିଏ ପଟ ଭାଜି ହୋଇଯିବା ପରେ ତାକୁ ଓଲଟାଇ ଦିଅନ୍ତୁ। ଦୁଇପଟ ଭାଜି ହୋଇଗଲା ପରେ ଏହାକୁ ପ୍ଲେଟକୁ କାଢ଼ି ସ୍ୟାଣ୍ଡୱିଚ୍ ଆକାରରେ କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ପୋଇ ପତ୍ର-ଅଣ୍ଡା ସ୍ୟାଣ୍ଡୱିଚ୍’। ଏହାକୁ ଟମାଟୋ ଓ ଚିଲି ସସ୍ ସହ ଗରମ ଗରମ ପରଷନ୍ତୁ।