ଆସନ୍ତୁ ପ୍ରସ୍ତୁତ କରିବା “ଭେଜ୍‌ ମଞ୍ଚୁରିୟାନ “

ଆସନ୍ତୁ ପ୍ରସ୍ତୁତ କରିବା “ଭେଜ୍‌ ମଞ୍ଚୁରିୟାନ “

ପ୍ରଥମେ ପରିବାଗୁଡ଼ିକୁ ଧୋଇ କଟରରେ ଛୋଟ ଛୋଟ କରି କାଟନ୍ତୁ। ଏହି ପରିବାରେ କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଗରମ ମସଲା, ଲୁଣ ଓ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ।

ଆବଶ୍ୟକୀୟ ସାମଗ୍ରୀ

୧୫୦ ଗ୍ରାମ୍‌ ଗାଜର, ୧୫୦ ଗ୍ରାମ୍‌ ଫୁଲ କୋବି, ୧୦୦ ଗ୍ରାମ୍‌ ପତ୍ର କୋବି, ୨ଟି ବଡ଼ ପିଆଜ, ୧ଟା କ୍ୟାପ୍‌ସିକମ୍‌, ୨ଟି କଞ୍ଚାଲଙ୍କା, ୧୦୦ ଗ୍ରାମ୍‌ କର୍ଣ୍ଣଫ୍ଲୋର୍‌, ୫୦ ଗ୍ରାମ୍‌ ପିଆଜ ଷଣ୍ଢା, ୧ ଚାମଚ ଚିଲି ସସ୍‌, ୧ ଚାମଚ ଜିରା, ୧ ଚାମଚ ଟମାଟୋ ସସ୍‌, ୧ ଚାମଚ ସୋୟା ସସ୍‌, ଅଧ ଚାମଚ ଗରମ ମସଲା, ଲୁଣ ସ୍ବାଦାନୁସାରେ ଏବଂ ଛାଣିବା ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପରିବାଗୁଡ଼ିକୁ ଧୋଇ କଟରରେ ଛୋଟ ଛୋଟ କରି କାଟନ୍ତୁ। ଏହି ପରିବାରେ କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଗରମ ମସଲା, ଲୁଣ ଓ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏହି ମିଶ୍ରଣରେ ଛୋଟ ଛୋଟ ବଲ୍‌ ତିଆରି କରି ରଖନ୍ତୁ। କଡ଼ାଇରେ ତେଲ ଗରମ କରି ଏହି ବଲ୍‌ ଗୁଡ଼ିକୁ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଛାଣିଦେଲା ପରେ ଅନ୍ୟ ଏକ କଡ଼ାଇରେ ତେଲ ଗରମ କରି ଜିରା ଛୁଙ୍କ ଦିଅନ୍ତୁ। ଏଥିରେ କଟା ପିଆଜ ପକାଇ ଭାଜନ୍ତୁ। ଏବେ ସମସ୍ତ ମସଲା ପକାଇ ଭଲ ଭାବେ ମିଶାନ୍ତୁ। ଅଧ ଗ୍ଲାସ୍‌ ପାଣି ଦେଇ ଅଳ୍ପ କର୍ଣ୍ଣଫ୍ଲୋର ପକାନ୍ତୁ। ଏବେ ଏଥିରେ ଛଣା ହୋଇ ରହିଥିବା ବଲ୍‌ଗୁଡ଼ିକୁ ପକାନ୍ତୁ। ଏଥିରେ ଟମାଟୋ ସସ୍‌, ସୋୟା ସସ୍‌, ଭିନେଗାର ଓ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏହାକୁ ଏକ ପାତ୍ରକୁ ବାହାର କରି ରୁଟି କିମ୍ବା ପରଟା ସଙ୍ଗେ ଗରମ ଗରମ ପରଷନ୍ତୁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.