ଅନିର୍ଦ୍ଧିଷ୍ଟ କାଳ ପାଇଁ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି

ଅନିର୍ଦ୍ଧିଷ୍ଟ କାଳ ପାଇଁ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି

ଧବଳେଶ୍ବର ପୀଠକୁ ଯିବା ପାଇଁ ଗୋଟିଏ ମାତ୍ର ମାଧ୍ୟମ ପାଲଟିଥିବା ଝୁଲା ପୋଲ ଏବେ ଦୁର୍ବଳ ଅବସ୍ଥାରେ ରହିଛି ।ଗୁଜୁରାଟ ଟ୍ରାଜେଡି ପରେ ଚେତିଛି ଓଡିଶା ପ୍ରଶାସନ । ଧବଳେଶ୍ୱର ଝୁଲା ପୋଲରେ ଯିବା ଆସିବା କରୁଥିବା ଲୋକଙ୍କ ସଂଖ୍ୟାକୁ କମାଇ ଦିଆଯାଇଛି ।

ଧବଳେଶ୍ବର ପୀଠକୁ ଯିବା ପାଇଁ ଗୋଟିଏ ମାତ୍ର ମାଧ୍ୟମ ପାଲଟିଥିବା ଝୁଲା ପୋଲ ଏବେ ଦୁର୍ବଳ ଅବସ୍ଥାରେ ରହିଛି । ଗୁଜୁରାଟ ଟ୍ରାଜେଡି ପରେ ଚେତିଛି ଓଡିଶା ପ୍ରଶାସନ । ଧବଳେଶ୍ୱର ଝୁଲା ପୋଲରେ ଯିବା ଆସିବା କରୁଥିବା ଲୋକଙ୍କ ସଂଖ୍ୟାକୁ କମାଇ ଦିଆଯାଇଛି । ଆଜି ଏହି ଝୁଲା ପୋଲର ସୁରକ୍ଷା ଯାଞ୍ଚ କରିବ ଟେକନିକାଲ ଟିମ । ଏହା ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି । ଆଗକୁ ବଡଓଷା ଆସୁଛି । ଏଥିପାଇଁ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ ହୋଇଥାଏ । ଏଥିପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଭକ୍ତ ବାବାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ଏହି ସମୟରେ ମହାନଦୀ ଉପରେ ପ୍ରବଳ ଭିଡ ଜମିବାର ସମ୍ଭାବନା ଅଛି । ତେବେ କୌଣସି ଅଘଟଣକୁ ରୋକିବା ପାଇଁ ପ୍ରଶାସନଏଭଳି ପଦକ୍ଷେପ ନେଇଛି । ୨୦୦୬ ମସିହାରେ ଏହି ଝୁଲାପୋଲ ଉଦଘାଟନ ହୋଇଥିଲା ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.