ମୌଳିକ ଗୀତ ଭାବେ ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍’ ଜିଣିଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

ମୌଳିକ ଗୀତ ଭାବେ ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍’ ଜିଣିଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

ଏସ୍‌. ଏସ୍‌. ରାଜାମୌଲୀଙ୍କ ‘ଆର୍‌ଆର୍‌ଆ୍‌’ (ରୌଦ୍ରମ୍‌ ରଣମ୍ ରୁଧିରମ୍) ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ହଲିଉଡ୍‌ର ‌ଅନ୍ୟତମ ସମ୍ମାନଜନକ ପୁରସ୍କାର ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌’ ବିଜୟୀ ହୋଇଛି

ଏସ୍‌. ଏସ୍‌. ରାଜାମୌଲୀଙ୍କ ‘ଆର୍‌ଆର୍‌ଆ୍‌’ (ରୌଦ୍ରମ୍‌ ରଣମ୍ ରୁଧିରମ୍) ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ହଲିଉଡ୍‌ର ‌ଅନ୍ୟତମ ସମ୍ମାନଜନକ ପୁରସ୍କାର ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌’ ବିଜୟୀ ହୋଇଛି।ଏହି ଗୀତର ଗୀତିକାର ହେଉଛନ୍ତି କାଳ ଭୈରବୀ ଓ ରାହୁଲ୍‌ ସିପ୍ଲିଗୁଞ୍ଜ ଏବଂ ସ୍ବରସଂଯୋଜକ ହେଉଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଏମ୍‌. ଏମ୍‌. କୀରାୱାଣୀ।ଏହି ପୁରସ୍କାର ଗ୍ରହଣ କରିବା ନିମନ୍ତେ ଚଳଚ୍ଚିତ୍ରର ନିର୍ଦେଶକ ଏସ୍‌. ଏସ୍‌. ରାଜାମୌଲୀ ଏବଂ ଅଭିନେତା ଜୁନିୟର୍‌ ଏନ୍‌.ଟି.ଆର୍‌., ରାମ ଚରଣ ଆଦି କାଲିଫର୍ଣ୍ଣିଆ ଗସ୍ତ କରିଥିଲେ। ସେଠରେ ଆୟୋଜିତ ‘ଦି ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌ ୨୦୨୩’ (୮୦ତମ) ସମାରୋହରେ ପୁରସ୍କାର ଗ୍ରହଣ କରିବା ଅବସରରେ ରାଜାମୌଲୀ ବିଶ୍ବବ୍ୟାପୀ ସମସ୍ତ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି। 

‘ଆର୍‌ଆର୍‌ଆର୍‌’ ହେଉଛି ‘ଦି ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌’ ଜିଣିବାରେ ପ୍ରଥମ ଭାରତୀୟ ଚଳଚ୍ଚିତ୍ର। ଏହା ମଧ୍ୟ ଶ୍ରେଷ୍ଠ ଅଣ-ଇଂଗ୍ରାଜୀ ଚଳଚ୍ଚିତ୍ର ବର୍ଗରେ ‘ନୋମିନେସନ୍’ ପାଇଛି। ବିଶ୍ବବ୍ୟାପୀ ଏହି ଚଳଚ୍ଚିତ୍ର ପ୍ରାୟ ୧୨୦୦ କୋଟି ଟଙ୍କା ଉପାର୍ଜନ କରି ସାରିଲାଣି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.