ପୁଣି ରଷିଆ ଉପରେ ମିଶାଇଲ୍ ମାଡ଼ କଲା ୟୁକ୍ରେନ

ପୁଣି ରଷିଆ ଉପରେ ମିଶାଇଲ୍ ମାଡ଼ କଲା ୟୁକ୍ରେନ

ୟୁକ୍ରେନ୍‌ରୁ ରଷିଆ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ୟୁକ୍ରେନ୍-ରଷିଆ ଉପରେ ମିଶାଇଲ୍‌ରେ ହମଲା କରିଛି । ରଷିଆର ବେଲଗୋରୋଦ ଅସ୍ତ୍ରଭଣ୍ଡାରକୁ ୟୁକ୍ରେନ କ୍ଷେପଣାସ୍ତ୍ର ମାଡ଼ କରିଛି । ଫଳରେ ସେଠାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି ।

ରଷିଆ-ୟୁକ୍ରେନ୍ ଯୁଦ୍ଧକୁ ବିତିଲାଣି ୩୫ ଦିନ । ତଥାପି ଏବେ ଯାଏଁ ବାହାରି ପାରିନି କୌଣସି ନିଷ୍କର୍ସ । ଗୋଟେପଟେ ୟୁକ୍ରେନ୍‌ରୁ ରଷିଆ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ୟୁକ୍ରେନ୍-ରଷିଆ ଉପରେ ମିଶାଇଲ୍‌ରେ ହମଲା କରିଛି । ରଷିଆର ବେଲଗୋରୋଦ ଅସ୍ତ୍ରଭଣ୍ଡାରକୁ ୟୁକ୍ରେନ କ୍ଷେପଣାସ୍ତ୍ର ମାଡ଼ କରିଛି । ଫଳରେ ସେଠାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ରୁଷର ମାଟିରେ ୟୁକ୍ରେନ କ୍ଷେପଣାସ୍ତ୍ର ଆକ୍ରମଣର ଏହା ଦ୍ୱିତୀୟ ଘଟଣା ।ଅନ୍ୟପକ୍ଷେ, ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଉଭୟ ପକ୍ଷର ଆଲୋଚନା ପରେ ରାଜଧାନୀ କିଭ୍ ଓ ଚେରନିହିଭ୍ ନିକଟରେ ସେନା ପ୍ରତ୍ୟାହାର ପାଇଁ ରଷିଆ ଘୋଷଣା କରିଛି । ହେଲେ ୟୁକ୍ରେନ ସ୍ପଷ୍ଟ କରିଛି, ଯେପର୍ଯ୍ୟନ୍ତ ରୁଷିଆର ସୈନ୍ୟ ନ ହଟନ୍ତି, ମସ୍କୋର ଘୋଷଣାକୁ ବିଶ୍ୱାସ କରିହେବନି ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିବା ମସ୍କୋ କହିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.