୯ମାଇଲ ବିଶିଷ୍ଟ ରୁଷ ସେନା ପଟୁଆରକୁ ବସ୍ଫୋରଣ କରି ଉଡେଇଦେଲା ୟୁକ୍ରେନ୍ ସେନା

୯ମାଇଲ ବିଶିଷ୍ଟ ରୁଷ ସେନା ପଟୁଆରକୁ ବସ୍ଫୋରଣ କରି ଉଡେଇଦେଲା ୟୁକ୍ରେନ୍ ସେନା

ରୁଷିଆର ଡୋନବାସ ଅଧିକାର ଅଭିଯାନକୁ ଜୋରଦାର ଝଟକା ଲାଗିଛି । ବେସ ସତର୍କତାର ସହ ରୁଷିଆ ସେନାର ମୁକାବିଲା କରୁଛି ୟୁକ୍ରେନ ସେନା । ପ୍ରାୟ ୯ ମାଇଲ ବିଶିଷ୍ଟ ରୁଷିଆ ସେନାର ପଟୁଆରକୁ ଅଟକାଇବାରେ ସମର୍ଥ ହୋଇଛି ୟୁକ୍ରେନ ।

ରୁଷିଆର ଡୋନବାସ ଅଧିକାର ଅଭିଯାନକୁ ଜୋରଦାର ଝଟକା ଲାଗିଛି । ବେସ ସତର୍କତାର ସହ ରୁଷିଆ ସେନାର ମୁକାବିଲା କରୁଛି ୟୁକ୍ରେନ ସେନା । ପ୍ରାୟ ୯ ମାଇଲ ବିଶିଷ୍ଟ ରୁଷିଆ ସେନାର ପଟୁଆରକୁ ଅଟକାଇବାରେ ସମର୍ଥ ହୋଇଛି ୟୁକ୍ରେନ । ସେନା କନଭୟ ଉପରେ ଆକ୍ରମଣ କରି ଏହାକୁ ଛାରଖାର କରିଦେଇଛି ୟୁକ୍ରେନ ସେନା । ପୂର୍ବ ପ୍ରସ୍ତୁତି ଅନୁସାରେ ଏକ ପୋଲରେ ବୋମା ଖଂଜି ଏହାକୁ ଉଡାଇ ଦେଇଥିଲା ୟୁକ୍ରେନ । ଫଳରେ ରୁଷର ଡୋନବାସ ଅଭିଯାନ ଅଧାରେ ଅଟକି ଯାଇଥିଲା । ଏହାପରେ ଆମ୍ବୁଶ କରି ଗୋଟିଏ ପରେ ଗୋଟିଏ ସେନା ଗାଡିକୁ ବିସ୍ଫୋରଣରେ ଉଡାଇ ଦେଇଛି ୟୁକ୍ରେନ ସେନା । ରାସ୍ତାସାରା ବୋମା ଖଂଜା ଯାଇଥିଲା । ରୁଷିୟ ସେନା ଗାଡି ଏହି ରାସ୍ତା ଦେଇ ଗଲାବେଳେ ବୋମା ବିସ୍ଫୋରଣ ହୋଇଥିଲା । ଏ ସଂପର୍କିତ ଏକାଧିକ ଫଟୋ ଜାରି କରିଛି ୟୁକ୍ରେନର ସ୍ଥଳସେନା । ଏହି ଫଟୋରେ ଅନେକ ସଂଖ୍ୟାରେ ରୁଷ ଟ୍ୟାଙ୍କ ଓ ଅନ୍ୟାନ୍ୟ ଯୁଦ୍ଧସ୍ତ୍ର ଖଂଜାଯାଇଥିବା ଗାଡିସବୁ ଭାଙ୍ଗି ଚୁରମାର ହୋଇଯାଇଥିବା ଦେଖାଯାଉଛି । ଟ୍ୟାଙ୍କ ବୋଝେଇ ଅନେକ ଗାଡି ୟୁକ୍ରେନର ଖାରକିଭରୁ ଇଜିଅମ ମୁହାଁ ହୋଇଥିଲା । ଇଜିୟମ ସହିତ ସ୍ଲୋଭ୍ୟାଂସ ଓ ଡୋନବାସ ଉପରେ ଆକ୍ରମଣ ପାଇଁ ଏହି ବିରାଟ ପଟୁଆର ଆଗକୁ ବଢୁଥିଲା । ହେଲେ ୟୁକ୍ରେନର ଜୋରଦାର ଆକ୍ରମଣ ପରେ ରୁଷିଆକୁ ବିରାଟ ଧକ୍କା ଲାଗିଛି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.