ବଲିଉଡର ମୋଷ୍ଟ ଏଲିଜେବଲ୍ ବାଚଲର ତଥା ଭାଇଜାନ ସଲମାନ୍ ଖାନ୍ ତାଙ୍କର ପ୍ରଫେସନାଲ ଲାଇଫ ହେଉ ବା ପର୍ସନାଲ ଲାଇଫ୍, ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ନିକଟରେ ତାଙ୍କର ପର୍ସନାଲ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ସଲମାନ ।ସଲମାନଙ୍କ ନାମ ପ୍ରଥମ ଥର ପାଇଁ କେଉଁ ଅଭିନେତ୍ରୀଙ୍କ ସହ ଯୋଡି ହୋଇନି । ଏହା ପୂର୍ବରୁ ତାଙ୍କ ନାମ ଐଶ୍ୱର୍ଯ୍ୟାଙ୍କ ଠାରୁ ଆରମ୍ଭ କରି ବହୁ ଅଭିନେତ୍ରୀଙ୍କ ସହ ଶୁଣିବାକୁ ମିଳିଛି । ଏକ ରିପୋର୍ଟ ଅନୁଯାୟୀ, ସଲମାନ ଡେଟ କରୁଥିବା ଅଭିନେତ୍ରୀ ହେଉଛନ୍ତି ପୂଜା ହେଗଡେ । ପୂଜା ତାଙ୍କ ସହ ୨ ଟି ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମ ‘କିସି କା ଭାଇ କିସି କି ଜାନ୍’ ରେ ସେ ସଲମାନଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି । ସଲମାନଙ୍କ ପ୍ରଡକ୍ସନ ହାଉସ ପୂଜାଙ୍କ ୨ ଟି ଫିଲ୍ମ ପାଇଁ ସାଇନ ମଧ୍ୟ କରିଛନ୍ତି । ପୂଜା ହେଗଡେ ସଲମାନଙ୍କ ଠାରୁ ୨୪ ବର୍ଷ ସାନ ବୋଲି ଜଣାଯାଇଛି ।
ସଲମାନଙ୍କ ଡେଟିଂ ଖବର ନେଇ ଟ୍ଵିଟ କରିଛନ୍ତି ଉମରେ ସଂଘୁ । ସଂଘୁ ତାଙ୍କ ଟ୍ଵିଟରେ ଲେଖିଛନ୍ତି, ‘‘ ବ୍ରେକିଂ ନ୍ୟୁଜ୍-ଟାଉନ ମେ ଆୟା ନୟା କପଲ.. , ମେଗାଷ୍ଟାର ସଲମାନ ଖାନ୍କୋ ପୂଜା ହେଗଡେ ସେ ପ୍ୟାର ହୋ ଗୟା ହେ । ’’ ଏ ଦୁହେଁ ଆଜିକାଲି କ୍ୱାଲିଟି ସମୟ ଦେଉଛନ୍ତି । ଖାଲି ସେତିକି ନୁହେଁ ସଲମାନଙ୍କ ନିକଟତମ ଲୋକେ ମଧ୍ୟ ଏହି କଥା କହୁଛନ୍ତି । ସଲମାନ ଏବେ ‘କିକ୍ ୨’, କିସି କା ଭାଇ କିସି କା ଜାନ୍ ଓ ନୋ ଏଣ୍ଟ୍ରି ରେ ନଜର ଆସିବେ । ପୂଜା ହେଗଡେ ସଲମାନ ଖାନ୍ ଙ୍କ ଫିଲ୍ମ ‘କିସି କି ଭାଇ କିସି କି ଜାନ ଓ ରଣବୀର ସିଂହଙ୍କ ‘ସକର୍ସ’ ରେ ନଜର ଆସିବେ ।