ଆକାଶରେଯୁଦ୍ଧ ବିମାନ ଉଡାଇବେ ଦେଶର ପ୍ରଥମ ମୁସଲମାନ ମହିଳା ପାଇଲଟ ସାନିଆ ମିର୍ଜା

ଆକାଶରେଯୁଦ୍ଧ ବିମାନ ଉଡାଇବେ ଦେଶର ପ୍ରଥମ ମୁସଲମାନ ମହିଳା ପାଇଲଟ ସାନିଆ ମିର୍ଜା

ଆକାଶରେ ବିମାନ ଉଡାଇବେ ଟିଭି ମେକାନିକଙ୍କ ଝିଅ ସାନିଆ ମିର୍ଜା(Sania Mirza )। ଏନଡିଏ(NDA) ପରୀକ୍ଷାରେ ୧୪୯ ତମ ସ୍ଥାନ ହାସଲ କରିବା ପରେ ସେ ଦେଶର ପ୍ରଥମ ମୁସଲିମ ମହିଳା ପାଇଲଟ ରୂପେ ବାୟୁସେନାରେ ଯୋଗ ଦେବେ(First Muslim Girl Fighter Pilot ) ।

କଥାରେ ଅଛି ଯଦି ଇଚ୍ଛା ଶକ୍ତି ଅଛି ତେବେ ଦୁନିଆରେ କୌଣସି କାମବି ଅସମ୍ଭବ ନୁହେଁ । ଆଉ ଶେଷରେ ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ହିଁ ଦିନେ ସଫଳତାରେ ପହଞ୍ଚାଇଥାଏ । ଆଉ ହାର ମାନିଥାଏ ଦାରଦ୍ର୍ୟତା ଓ ଦୁଃଖ । ଏମିତି ଅନେକ ଖବର ଆପଣ ନିଶ୍ଚିନ୍ତ ଶୁଣିଥିଲେ ଏବଂ ଅତୀତରେ ଏହାର ଅନେକ ଉଦାହରଣ ମଧ୍ୟ ରହିଛି । ଏବେ ସେଭଳି ଏକ ଖବର ସାମ୍ନାକୁ ଆସିଛି । ଜଣେ ଟିଭି ମେକାନିକଙ୍କ ଝିଅ ଏବେ ବାୟୁସେନାରେ ଯୁଦ୍ଧ ବିମାନର ପାଇଲଟ ହେବାକୁ ଯାଉଛନ୍ତି । ଆକାଶରେ ବିମାନ ଉଡାଇବେ ଟିଭି ମେକାନିକଙ୍କ ଝିଅ ସାନିଆ ମିର୍ଜା(Sania Mirza )। ଏନଡିଏ(NDA) ପରୀକ୍ଷାରେ ୧୪୯ ତମ ସ୍ଥାନ ହାସଲ କରିବା ପରେ ସେ ଦେଶର ପ୍ରଥମ ମୁସଲିମ ମହିଳା ପାଇଲଟ ରୂପେ ବାୟୁସେନାରେ ଯୋଗ ଦେବେ(First Muslim Girl Fighter Pilot ) ।ଉତ୍ତରପ୍ରଦେଶର କୋଟବାଲି ଥାନା ଅଞ୍ଚଳର ଟିଭି ମେକାନିକଙ୍କ ଝିଅ ସାନିଆ ମିର୍ଜା । ଯିଏକି ଏନଡିଏ ପରୀକ୍ଷାରେ ୧୪୯ ତମ ସ୍ଥାନରେ ରହିଛନ୍ତି । ଏହାପରେ ସାନିଆ ମିର୍ଜାଙ୍କୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାଇଲଟ ଭାବରେ ଚୟନ କରାଯାଇଛି । ସାନିଆ ମିର୍ଜା ଦେଶର ପ୍ରଥମ ମୁସଲମାନ ଯୁଦ୍ଧ ବିମାନ ପାଇଲଟ୍ ମହିଳା ହେବେ । ଏହା ସହିତ ସେ ଉତ୍ତରପ୍ରଦେଶର ପ୍ରଥମ ମହିଳା ପାଇଲଟ ହୋଇପାରିଛନ୍ତି । ସାନିଆ ମିର୍ଜାଙ୍କ ଏହି ସଫଳତାକୁ ନେଇ ଗ୍ରାମବାସୀଙ୍କ ସହ ପରିବାର ମଧ୍ୟ ବେସ ଖୁସି ପ୍ରକାଶ କରିଛନ୍ତି ।

ସାନିଆ ମିର୍ଜା କହିଛନ୍ତି ଯେ ''ଯୁଦ୍ଧ ବିମାନରେ ମହିଳା ପାଇଲଟଙ୍କ ସଂଖ୍ୟା କମ୍ । ଦେଶର ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ ଅବନୀ ଚତୁର୍ବେଦୀଙ୍କୁ ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ ହାଇସ୍କୁଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ହିଁ ବାୟୁସେନାରେ ପାଇଲଟ ହେବାର ସ୍ବପ୍ନ ଦେଖିଥିଲି । ସରକାରୀ ସ୍କୁଲରେ ପାଠ ପଢି ମଧ୍ୟ ମୁଁ ଏବେ ପାଇଲଟ ହେବାକୁ ଯାଉଛି । କୁହାଯାଏ ଯେ କେବଳ CBSE ISC ବୋର୍ଡର ପିଲାମାନେ ଏନଡିଏରେ ସଫଳତା ପାଆନ୍ତି, କିନ୍ତୁ ମୁଁ ସରକାରୀ ବିଦ୍ୟାଳୟରେ ପାଠ ପଢି ଏଲଡିଏ ପରୀକ୍ଷାରେରେ ଉତ୍ତୀର୍ଣ୍ଣ ହୋଇଛି । ମୁଁ ଯାହା ସ୍ବପ୍ନ ଦେଖିଥିଲି, ତାହା ବର୍ତ୍ତମାନ ପୂରଣ ହୋଇଛି'' ।ସାନିଆ ମିର୍ଜା ମିର୍ଜାପୁର ଦେହାଟ କୋଟୱାଲି ପୋଲିସ ଷ୍ଟେସନ ଅଧୀନରେ ଥିବା ଛୋଟ ଗାଁ ଜାସୋବରର ବାସିନ୍ଦା । ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସାନିଆ ଗାଁର ପଣ୍ଡିତ ଚିନ୍ତାମଣି ଦୁବେ ଇଣ୍ଟର କଲେଜ(Pandit Chintamani Dubey Inter College )ରେ ପାଠ ପଢିଥିଲେ । ଏହା ପରେ ସାନିଆ ମିର୍ଜା ସହରର ଗୁରୁ ନାନକ ବାଳିକା ଇଣ୍ଟର କଲେଜରୁ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏଥି ସହ ସେ ଯୁକ୍ତ ଦୁଇରେ ଟପ୍ପର ମଧ୍ୟ ହୋଇଥିଲେ । ଏହା ପରେ ସେ ସେଞ୍ଚୁରିଆନ ଡିଫେନ୍ସ ଏକାଡେମୀ(Centurion Defense Academy)ରେ ପାଠ ପଢି ସଫଳତା କରିଛନ୍ତି । ଆସନ୍ତା ୨୭ ତାରିଖରେ ପୁଣେ ଯାଇ ଚାକିରିରେ ଯୋଗ ଦେବେ ବୋଲି କହିଛନ୍ତି ସାନିଆ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.