ଓଡିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସରୋଜ ପଟ୍ଟନାୟକଙ୍କ ପରଲୋକ। ୮୨ ବର୍ଷ ବୟସରେ ବାରିପଦାସ୍ଥିତ ତାଙ୍କ ବାସଭନବରେ ତାଙ୍କ ଦେହାନ୍ତ ହୋଇଛି। ବହୁ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ବୃତ୍ତିରେ ଇଞ୍ଜିନିୟର ଥିବା ସରୋଜ ୧୯୭୭ ମସିହାରେ ଅଭିମାନ ଚଳଚିତ୍ର ଜରିଆରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହା ପରେ ଫୁଲଚନ୍ଦନ, ଝିଅଟି ସୀତା ପରି, ଅଭିଳାଷ ଓ ହାକିମବାବୁ ଭଳି ବହୁ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନା ମଧ୍ୟ କରିଥିଲେ। ଫିଲ୍ମ ଅଭିଳାଷ ଓ ଫୁଲଚନ୍ଦନ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ମଧ୍ୟ ହାସଲ କରିଥିଲେ।