୧୪ରୁ ଖୋଲିବ କେଜିରୁ ସପ୍ତମ ଯାଏଁ ସ୍କୁଲ

୧୪ରୁ ଖୋଲିବ କେଜିରୁ ସପ୍ତମ ଯାଏଁ ସ୍କୁଲ

୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି ।

୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି । ହେଲେ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବେ କି ନାହିଁ, ଏହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଅଭିଭାବକ । ଏମିତି ସମୟରେ ପିଲାଙ୍କୁ ସତର୍କତାର ସହ ସ୍କୁଲ ଛାଡିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ପିଲାଙ୍କୁ ସ୍କୁଲ ଛାଡିବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ ।

ସଂକ୍ରମଣ କମିବା ପରେ ଅଷ୍ଟମରୁ ଦଶମ ଶ୍ରେଣୀ ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଛି । ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ । ଦୀର୍ଘ ଦୁଇ ବର୍ଷ ପରେ ସ୍କୁଲ ଖୋଲିବାକୁ ଯାଉଥିବାରୁ ପିଲାଙ୍କ ଭିତରେ ଉତ୍ସାହ ବି ରହିଛି । ହେଲେ ଏବେ ପିଲାଙ୍କୁ ସ୍କୁଲକୁ ପଠାଇବେ କି ନାହିଁ ଏନେଇ ଅନେକ ଅଭିଭାବକ ଦ୍ୱନ୍ଦ୍ୱରେ ଅଛନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ହେଉଛି, ସଂକ୍ରମଣ କମୁଥିବାରୁ ବର୍ତମାନ ସମୟରେ ସ୍କୁଲ ଖୋଲାଯିବା ଆବଶ୍ୟକ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.