ପତ୍ନୀ ନିର୍ଯାତନା ମାମଲାରେ ବଢୁଛି ହ୍ୟୁମାନଙ୍କ ଅଡୁଆ, ଆରମ୍ଭ ହେଲା ଆରୋପ ଦୋଷାରୋପ

ପତ୍ନୀ ନିର୍ଯାତନା ମାମଲାରେ ବଢୁଛି ହ୍ୟୁମାନଙ୍କ ଅଡୁଆ, ଆରମ୍ଭ ହେଲା ଆରୋପ ଦୋଷାରୋପ

ଚାରିରୁ ପାଞ୍ଚ ମାସ ଧରି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦାମ୍ପତ୍ୟ କଳିର ଯେଉଁ ନିଆଁ ଘରର ଚାରିକାନ୍ଥ ଭିତରେ କୁହୁଳୁଥିଲା, ଆଜି ତାହା ବ୍ୟାପିଯାଇଛି ଚାରିଆଡ଼େ । ନିର୍ଯାତନା ସହ ଘରୋଇ ହିଂସା ଅଭିଯୋଗ ମାମଲାରେ ବଢ଼ିଛି ପ୍ଲେବ୍ୟାକ ସିଙ୍ଗର୍ ହ୍ୟୁମାନଙ୍କ ଅଡୁଆ ।

ଚାରିରୁ ପାଞ୍ଚ ମାସ ଧରି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦାମ୍ପତ୍ୟ କଳିର ଯେଉଁ ନିଆଁ ଘରର ଚାରିକାନ୍ଥ ଭିତରେ କୁହୁଳୁଥିଲା, ଆଜି ତାହା ବ୍ୟାପିଯାଇଛି ଚାରିଆଡ଼େ । ନିର୍ଯାତନା ସହ ଘରୋଇ ହିଂସା ଅଭିଯୋଗ ମାମଲାରେ ବଢ଼ିଛି ପ୍ଲେବ୍ୟାକ ସିଙ୍ଗର୍ ହ୍ୟୁମାନଙ୍କ ଅଡୁଆ । କଟକ ମହିଳା ଥାନାରେ ପତ୍ନୀ ଶ୍ରୀୟା ମିଶ୍ରଙ୍କ ଅଭିଯୋଗର ଦିନକ ମଧ୍ୟରେ ଥାନାରେ ହାଜର ହୋଇଛନ୍ତି ହ୍ୟୁମାନ । କେବଳ ହ୍ୟୁମାନ ନୁହଁନ୍ତି, ତାଙ୍କ ପତ୍ନୀ ବି ପହଞ୍ଚିଥିଲେ ଥାନାରେ।  

ସମନ ଅନୁଯାୟୀ, ଆଜି ଉଭୟେ ମହିଳା ଥାନାରେ ହାଜର ହେବା ସହ ନିଜ ନିଜର ପକ୍ଷ ରଖିଥିଲେ । ଆଉ ଗଣମାଧ୍ୟମ ଆଗରେ ପରସ୍ପର ବିରୋଧରେ ଗୋହି ଖୋଳିଥିଲେ । ସାଂଘାତିକ ଅଭିଯୋଗ ଆଣି ଶ୍ରୀୟାଙ୍କ ଓକିଲ କହିଛନ୍ତି,ହ୍ୟୁମା ଶ୍ରୀୟାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲେ । ଏପରିକି ବିବାହ ପରେ ହ୍ୟୁମାନ ଯୌତୁକ ମାଗିବା ସହ ଶ୍ରୀୟାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ।ଥାନାରୁ ବାହାରିବା ପରେ ହ୍ୟୁମାନ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି ଧର୍ମ ପରିବର୍ତ୍ତନ ପାଇଁ ଆଦୌ ଚାପ ପକାଇନି । ଲୋକଙ୍କ ଆଶୀର୍ବାଦରୁ ଭଲରେ ଅଛି, ଯୌତୁକ କାହିଁକି ମାଗିବି । 

ହ୍ୟୁମାନ ସାଗରଙ୍କ  ଅଭିଯୋଗ ଆଣିଛନ୍ତି ଶ୍ୱଶୁର । ସେ କହିଛନ୍ତି, ୪ ମାସ ହେବ ହ୍ୟୁମାନ ଓ ଶ୍ରୀୟା ଅଲଗା ରହୁଛନ୍ତି । ମଦ ପିଇ ଝିଅକୁ ମାରଧର କରୁଥିଲେ ହ୍ୟୁମାନ । ମାଡ଼ ମାରିବା ସହ ବାରମ୍ବାର ଟଙ୍କା ମାଗୁଥିଲେ । ଅତ୍ୟାଚାର ସହି ନପାରି ଝିଅ ଘରକୁ ଚାଲିଆସିଲା । ଆପୋସ ସମାଧାନ କରିବାକୁ ଡର ଲାଗୁଛି । ହ୍ୟୁମାନଙ୍କ ମାଆ ମଧ୍ୟ ଝିଅକୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ।ଆହୁରି କହିଛନ୍ତି, ହ୍ୟୁମାନଙ୍କର ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ଶୁଣିବାକୁ ମିଳୁଛି । ଏବେ ପ୍ରଶ୍ନ ଉଠୁଛି ତାଙ୍କ ସହ ସମ୍ପର୍କରେ ଥିବା ଯୁବତୀ କିଏ ? 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.