‘ରସିକ ନାଗର’ ର ପୁରୁଣା ଲୁକରେ ନଜର ଆସିବେ ସିଦ୍ଧାନ୍ତ

‘ରସିକ ନାଗର’ ର ପୁରୁଣା ଲୁକରେ ନଜର ଆସିବେ ସିଦ୍ଧାନ୍ତ

ଶିଶିର କୁମାର ଷଡ଼ଙ୍ଗୀ ‘ପ୍ରେମମ୍’ର ପ୍ରଯୋଜନା କରିଛନ୍ତି। ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ତାପସ ସରଘରିଆ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ସିଦ୍ଧାନ୍ତଙ୍କ ଏହି ଗେଟଅପ୍ ଓ ଭୂମିକା ‘ପ୍ରେମମ୍’ର ଅନ୍ୟତମ ଆକର୍ଷଣ ହେବ ବୋଲି ଚର୍ଚ୍ଚା ହେଉଛି।

ଓଲିଉଡର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଦର୍ଶକ ଖୁବ୍ ଶୀଘ୍ର ଏଭଳି ରୂପରେ ଦେଖିବାକୁ ପାଇବେ, ଯେଉଁ ରୂପରେ ଦେଖି ଚମକିପଡ଼ିବେ ନିଶ୍ଚୟ। ଅବଶ୍ୟ ସେ ଏକ ଭିନ୍ନ ଢ଼ଙ୍ଗର ଗେଟ ଅପରେ ଆସୁଛନ୍ତି।  ହଁ, ଦର୍ଶକ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ରସିକ ନାଗର’ରେ ଯେଉଁଭଳି ଗେଟଅପରେ ସିଦ୍ଧାନ୍ତ ଦେଖା ଦେଇଥିଲେ, ସିଦ୍ଧାନ୍ତ ସେଭଳି ପାଖାପାଖି ଗେଟଅପରେ ନଜର ଆସିବେ ଏକ ନୂଆ ଫିଲ୍ମରେ। ଏଠାରେ ଯେଉଁ ଓଡ଼ିଆ ଛବିର କଥା କୁହାଯାଉଛି, ତାହା ହେଲା ‘ପ୍ରେମମ୍’। ଏଥିରେ ସିଦ୍ଧାନ୍ତଙ୍କୁ ଏକ ଚମକପ୍ରଦ ଚରିତ୍ରରେ ବି ଦେଖିବାକୁ ମିଳିବ। ଫିଲ୍ମରେ ରୋମାନ୍ସ ତ ଅଛି ତାସାଙ୍ଗକୁ ଏହାର କାହାଣୀରେ ଜବରଦସ୍ତ ସସପେନ୍ସ ଥିବା କୁହାଯାଉଛି। ଏହି ସିନେମାରେ ଲୋକପ୍ରିୟ ନାୟକ ବାବୁସାନଙ୍କୁ ଶୀର୍ଷକ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ନାୟିକା ଭୂମିକାରେ ଦେଖା ଦେବେ ପ୍ରକୃତି ମିଶ୍ର। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଉଷସୀ, ଚୌଧୁରୀ ବିକାଶ ଦାସ ଓ ସାତ୍ୟକୀ ମିଶ୍ର ପ୍ରମୁଖ ବି ନଜର ଆସିବେ। ବେଶ୍ କିଛି ବର୍ଷର ବ୍ୟବଧାନରେ ସିଦ୍ଧାନ୍ତ ମହାପାତ୍ର ଓ ବାବୁସାନଙ୍କୁ  ଏକାଠି ଦେଖିବାକୁ ପାଇବେ ଦର୍ଶକ। ଏଣେ ‘ଥୁକୁଲ୍’ ପରେ ପୁଣି ବାବୁସାନ ଓ ପ୍ରକୃତି ମିଶ୍ର ‘ପ୍ରେମମ୍’ରେ ଏକାଠି ଆସୁଛନ୍ତି।

ଶିଶିର କୁମାର ଷଡ଼ଙ୍ଗୀ ‘ପ୍ରେମମ୍’ର ପ୍ରଯୋଜନା କରିଛନ୍ତି। ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ତାପସ ସରଘରିଆ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ସିଦ୍ଧାନ୍ତଙ୍କ ଏହି ଗେଟଅପ୍ ଓ ଭୂମିକା ‘ପ୍ରେମମ୍’ର ଅନ୍ୟତମ ଆକର୍ଷଣ ହେବ ବୋଲି ଚର୍ଚ୍ଚା ହେଉଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.