ଜିଆ ଖାନ ଆତ୍ମହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ସୂରଜ ପାଞ୍ଚୋଲି

ଜିଆ ଖାନ ଆତ୍ମହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ସୂରଜ ପାଞ୍ଚୋଲି

ନିର୍ଦ୍ଦୋଷରେ ଖଲାସ ହେଲେ ସୂରଜ ପାଞ୍ଚୋଲି। ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲାର ଆସିଲା ରାୟ।ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ନିର୍ଦ୍ଦୋଷରେ ଖଲାସ ହେଲେ ସୂରଜ ପାଞ୍ଚୋଲି। ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲାର ଆସିଲା ରାୟ।ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।ମୃତ୍ୟୁ ପଛରେ ସୂରଜଙ୍କ ଭୂମିକା ରହିଥିଲା ବୋଲି ଅଭିଯୋଗ କରିଥିଲେ ଜିୟାଙ୍କ ମା । ଜିୟାଙ୍କ ମା’ଙ୍କ ଅଭିଯୋଗ କ୍ରମେ ୨୦୧୩ ଜୁନ ୧୧ରେ ଗିରଫ ହୋଇଥିଲେ ସୂରଜ । ମାତ୍ର ଜୁଲାଇ ୧ରେ ତାଙ୍କୁ ମିଳିଥିଲା ଜାମିନ । ଜିୟାଙ୍କ ମୃ୍ତ୍ୟୁକୁ ନେଇ ବିବିସି ପକ୍ଷରୁ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇଥିଲା ।

ସୂଚନାନୁସାରେ, ୨୦୧୩ ଜୁନ ୩ରେ ମୁମ୍ବାଇରେ ଜିୟା ଖାଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ସହ ଏକ ୬ ପୃଷ୍ଠାର ଚିଠି ଜବତ ହୋଇଥିଲା । ସେଥିରେ ସେ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜ ଓ ତାଙ୍କ ପରିବାରଙ୍କ ସହ ସମ୍ପର୍କ ନେଇ ପ୍ରତିକୂଳ ମନ୍ତବ୍ୟ ଦର୍ଶାଇଥିଲେ । ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ସୂରଜଙ୍କୁ ଗିରଫ କରାଯାଇଥିଲା ମାତ୍ର ପରେ ତାଙ୍କୁ ଜାମିନ ମିଳିଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.