୬୦ ହଜାର ତଣ୍ଡ ଗଣିବେ BCCI ସଭାପତି ସୌରଭ ଗାଙ୍ଗୁଲୀ

୬୦ ହଜାର ତଣ୍ଡ ଗଣିବେ BCCI ସଭାପତି ସୌରଭ ଗାଙ୍ଗୁଲୀ

ବେଆଇନ ଭାବରେ ଏକ ଜମି ଦଖଲ କରିଥିବାରୁ କୋଲକାତା ହାଇକୋର୍ଟ ବେଞ୍ଚ୍‌ ସୌରଭ ଗାଙ୍ଗୁଲିଙ୍କୁ ୧୦ ହଜାର ଟଙ୍କା ତଣ୍ଡ ଦେବାକୁ ନିର୍ଦ୍ଦେଶ ।

ତଣ୍ଡ ଗଣିବେ ବିସିସିଆଇ ସଭପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲୀ । ବେଆଇନ ଭାବରେ ଏକ ଜମି ଦଖଲ କରିଥିବାରୁ କୋଲକାତା ହାଇକୋର୍ଟ ବେଞ୍ଚ୍‌ ସୌରଭ ଗାଙ୍ଗୁଲିଙ୍କୁ ୧୦ ହଜାର ଟଙ୍କା ତଣ୍ଡ ଦେବାକୁ ନିର୍ଦ୍ଦେଶ । ସେହିଭଳି ଜମି ବଣ୍ଟନରେ ଅନିୟମିତତା ଦର୍ଶାଇ ପଶ୍ଚିମବଙ୍ଗ ଗୃହ ନିର୍ମାଣ ଉନ୍ନତି ବିଭାଗ(West Bengal Housing Infrastructure Development Corporation)କୁ ୫୦ ହଜାର ଟଙ୍କା ଫାଇନ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଲକାତା ହାଇକୋର୍ଟ ବେଞ୍ଚ୍‌ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ୍‌ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଏହି ମାମଲାର ରାୟ ଦେଇଛନ୍ତି । ଏହି ବେଞ୍ଚରେ ବିଚାରପତି ରାଜେଶ ବିନ୍ଦଲ ମଧ୍ୟ ସାମିଲ ଥିଲେ । ଏକି ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୌରଭ ଗାଙ୍ଗୁଲି ନୂଆ ଟାଉନ୍‌ ଅଞ୍ଚଳରେ ଏକ ଜମି ଦଖଲ କରିଛନ୍ତି । 

ପଶ୍ଚିମବଙ୍ଗ ଗୃହ ନିର୍ମାଣ ଉନ୍ନତି ବିଭାଗକୁ ଏଥିପାଇଁ ୫୦ ହଜାର ଟଙ୍କା ତଣ୍ଡ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୌରଭ ଗାଙ୍ଗୁଲି ଜମି ଦଖଲ କରିବାରେ ବିଭାଗର ଯେଉଁ କର୍ମଚାରୀ ସହାୟତା କରିଥିଲେ ତଣ୍ଡ ସେହି ମାନଙ୍କଠାରୁ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଯେଉଁଭଳି ଭାବରେ ସୌରଭ ଗାଙ୍ଗୁଲି ଜମି ଦଖଲ କରିଛନ୍ତି ତାହା ବେଆଇନ ବୋଲି କହିଛନ୍ତି ହାଇକୋର୍ଟ । ଗତ ୨୦୧୬ରେ ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଥିଲା । ଏହାକୁ ନେଇ ମଙ୍ଗଳବାର ରାୟ ଦେଇଛନ୍ତି କୋଲକାତା ହାଇକୋର୍ଟ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.