ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଚରମ ଅବହେଳା, ରକ୍ତ ସଂଗ୍ରହ ଗାଡ଼ିରେ ପିକ୍‌ନିକ୍‌ ଭୋଜି

ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଚରମ ଅବହେଳା, ରକ୍ତ ସଂଗ୍ରହ ଗାଡ଼ିରେ ପିକ୍‌ନିକ୍‌ ଭୋଜି

ଏବେ ଚାଲଛି ପିକନିକ୍ ଋତୁ। ସାଙ୍ଗସାଥୀଙ୍କ ମେଳରେ ଭୋଜିଭାତ କରିବା ପାଇଁ ପିକନିକ୍ ଯାଉଛନ୍ତି ଲୋକେ। ଏସବୁ ଭିତରେ କିନ୍ତୁ ଚର୍ଚ୍ଚାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ବ୍ଲଡବ୍ୟାଙ୍କ କର୍ମଚାରୀଙ୍କ ପିକନିକ୍ ଷ୍ଟାଇଲ।

ଏବେ ଚାଲଛି ପିକନିକ୍ ଋତୁ। ସାଙ୍ଗସାଥୀଙ୍କ ମେଳରେ ଭୋଜିଭାତ କରିବା ପାଇଁ ପିକନିକ୍ ଯାଉଛନ୍ତି ଲୋକେ। ଏସବୁ ଭିତରେ କିନ୍ତୁ ଚର୍ଚ୍ଚାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ବ୍ଲଡବ୍ୟାଙ୍କ କର୍ମଚାରୀଙ୍କ ପିକନିକ୍ ଷ୍ଟାଇଲ। ରକ୍ତ ସଂଗ୍ରହ ପାଇଁ ଉର୍ଦ୍ଦିଷ୍ଟ ମୋବାଇଲ ଭ୍ୟାନରେ ଯାଇ ଭୋଜିଭାତ କଲେ କର୍ମଚାରୀ। ଯାହାର ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡିଓଟି କେଉଁ ଦିନର ତାହା ଜଣାପଡ଼ିନାହିଁ। ଭୋଜିଭାତଟି କେଉଁ ଜାଗାରେ ହେଉଛି ତାହା ମମଧ୍ୟ ଜଣାପଡ଼ି ନାହିଁ।ଭିଡିଓରେ କର୍ମଚାରୀମାନେ ଭୋଜିଭାତ କରି ଖାଉଛନ୍ତି। ତା’ଭିତରେ ଖୁସି ମଜାକ ମଧ୍ୟ ଚାଲିଛି। ଏହି ଭିଡିଓକୁ ନେଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ। ରକ୍ତସଂଗ୍ରହ ଗାଡ଼ି ନେଇ କର୍ମଚାରୀ ଭୋଜିଭାତ କରିବା ନେଇ ତାହା ସାଧାରଣରେ ଚର୍ଚ୍ଚା ହେଉଛି।

 

ରକ୍ତସଂଗ୍ରହ ଗାଡ଼ି ନେଇ କର୍ମଚାରୀ ମାନେ ପିକ୍‌ନିକ୍ ଗଲାବେଳେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇଥିଲେ କି ନାହିଁ? ନା ସେମାନେ ନିଜେ ଏପରି ମନମାନି କରିଥିଲେ? ରକ୍ତସଂଗ୍ରହ ବାହାନାରେ କର୍ମଚାରୀ ପିକ୍‌ନିକ୍ ଯାଇଥିଲେ ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.