ଜାନୁଆରୀ ୩ରେ ଖୋଲିନପାରେ ପ୍ରାଥମିକ ସ୍କୁଲ୍

ଜାନୁଆରୀ ୩ରେ ଖୋଲିନପାରେ ପ୍ରାଥମିକ ସ୍କୁଲ୍

ଆଜି ଡିଏମ୍‌ଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଯେ ହୁଏତ ସରକାରଙ୍କ ଏହି ନିଷ୍ପତ୍ତି ବଦଳିପାରେ।ଏନେଇ DMET ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇଥିଲେ।

ଜାନୁଆରୀ ୩ ତାରିଖରୁ ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା। କିନ୍ତୁ ଆଜି ଡିଏମ୍‌ଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଯେ ହୁଏତ ସରକାରଙ୍କ ଏହି ନିଷ୍ପତ୍ତି ବଦଳିପାରେ।ଏନେଇ DMET ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇଥିଲେ। ସେତେବେଳେ ଓମିକ୍ରନ୍‌ ଆସିନଥିଲା କିମ୍ବା ସଂକ୍ରମିତ ସଂଖ୍ୟା ବଢ଼ି ନଥିଲା। ହେଲେ ଏବେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି DMET କହିଛନ୍ତି। 

 

ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଗୋଟିଏ ପଟେ କରୋନାର ତୃତୀୟ ଲହର ଆଶଙ୍କାରେ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ଛୋଟ ପିଲାଙ୍କ ଜୀବନକୁ ବାଜିରେ ଲଗାଇ ‌ସ୍କୁଲ ‌ଖୋଲିବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପଢନ୍ତୁ: ଏଣିକି ବାଲକୋନିରେ ଲୁଗା ଶୁଖାଇଲେ ଦେବାକୁ ପଡିବ ଜରିମାନା

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.