ୟୁଜିସିର ନିଷ୍ପତି ପରେ ବି ଦ୍ୱୈତ ଡିଗ୍ରି ବ୍ୟବସ୍ଥାରୁ ବଞ୍ଚିତ ଛାତ୍ରଛାତ୍ରୀ

ୟୁଜିସିର ନିଷ୍ପତି ପରେ ବି ଦ୍ୱୈତ ଡିଗ୍ରି ବ୍ୟବସ୍ଥାରୁ ବଞ୍ଚିତ ଛାତ୍ରଛାତ୍ରୀ

ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀ ଏକକାଳୀନ ଦୁଇଟି ଡିଗ୍ରି ହାସଲ କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଜାରି କରିଛନ୍ତି।

ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀ ଏକକାଳୀନ ଦୁଇଟି ଡିଗ୍ରି ହାସଲ କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଉ ନ ଥିବାରୁ ଛାତ୍ରଛାତ୍ରୀମାନେ ଏହି ସୁଯୋଗରୁ ବଞ୍ଚିତ ହୋଇଛନ୍ତି।ୟୁଜିସିର ନିଷ୍ପତ୍ତି ଅନୁଯାୟୀ ଡିପ୍ଲୋମା, ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି)ରେ ଏକକାଳୀନ ଦ୍ୱୈତ ଡ଼ିଗ୍ରୀ ବ୍ୟବସ୍ଥା ଲାଗୁ ହୋଇପାରିବ। ଆକାଂକ୍ଷୀ ଛାତ୍ରଛାତ୍ରୀମାନେ ଏକ ସମୟରେ ଦୁଇଟି ପାଠ୍ୟକ୍ରମରେ ଶିକ୍ଷାଲାଭ କରିପାରିବେ। ଏପରିକି ନିୟମିତ ଭାବରେ ଏହି ଶିକ୍ଷା ଲାଭ ମଧ୍ୟ କରାଯାଇପାରିବ ବୋଲି କୁହାଗଲା। ଦୁଇଟି ରେଗୁଲାର୍‍ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା କ୍ଲାସ ସମୟ ଅର୍ଥାତ ଗୋଟିଏ କୋର୍ସ ପାଇଁ ସକାଳ ସମୟରେ କ୍ଲାସ ହେଉଥିଲେ ଅନ୍ୟଟି ସଂଧ୍ୟା ସମୟରେ ହେବା ଜରୁରୀ। ଅନଲାଇନ୍‍ ଓ ଦୂର ନିରନ୍ତର ପାଇଁ ସମୟର ପ୍ରତିବନ୍ଧକ ରହିବ ନାହିଁ। ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରୀସ୍ତରରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ ଏମଫିଲ୍‍ ଓ ପିଏଚ୍‍ଡିରେ ଦ୍ୱୈତ ଡିଗ୍ରି ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ୟୁଜିସି ପକ୍ଷରୁ କୁହାଯାଇଥିଲା।
 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.