ଏଥର ମାତ୍ର ୧୦ ଦିନ ଖରାଛୁଟି। ଅବଶିଷ୍ଟ ଦିନମାନଙ୍କରେ ବି ହେବ ପିଲାଙ୍କ ପାଠପଢ଼ା। ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ।ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହା ଲାଗୁ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ପାଠପଢ଼ା ପାଇଁ ସ୍କୁଲରେ ଖରାଛୁଟି କାଟଛାଣ୍ଟ ନିଷ୍ପତ୍ତି ହୋଇଛି। ଜୁନ୍ ୬ରୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲରେ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ ଚାଲୁ ରହିବ। ତେବେ ପାଠପଢ଼ା ସମୟସାରିଣୀରେ ପରିବର୍ତ୍ତନ କରାଯାଇଛି। ମେ ପହିଲାରୁ ଜୁନ୍ ୫ ତାରିଖ ଯାଏଁ ସକାଳ ୬ଟାରୁ ୯ଟା ଯାଏ ପାଠପଢ଼ା ହେବ। ଏପ୍ରିଲ ୨୦ ତାରିଖ ଭିତରେ ପ୍ରଥମରୁ ଅଷ୍ଟମ ଯାଏ କ୍ଲାସ୍ ପ୍ରମୋସନ୍ କରାଯିବ। ଏଣେ ୨୦ରୁ ୩୦ ତାରିଖ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀରେ ଆଡମିସନ୍ ଓ ରିଆଡମିସନ୍ କରାଯିବ ବୋଲି ସୂଚନା ମିଳିଛି।