ବିନା ଟଙ୍କାରେ ନିର୍ବାଚନ ଜିତିହେବ ବୋଲି ଦମ୍ଭୋକ୍ତି ଦେଖାଇଥିଲେ ଅତୀତରେ। କାମ କର। ଲୋକଙ୍କ ସହ ରୁହ। ବାପାଙ୍କ ଏହି ଆଦର୍ଶରେ ଚାଲିବାକୁ ପଣ କରିଛନ୍ତି ସୁରଙ୍କ ସାନ ପୁଅ ମନ୍ମଥ ଓ ବଡ ପୁଅ ସିଦ୍ଧାର୍ଥ। ଚଳିତବର୍ଷ ନିର୍ବାଚନ ଲଢ଼ିବେନି ସୁର ସାନ ପୁଅ ଜଟଣୀରୁ ଲଢିବା ସ୍ପଷ୍ଟ ହୋଇ ସାରିଥିଲା ବେଳେ ଏବେ ବଡ଼ ପୁଅ ସିଦ୍ଧାର୍ଥ ବିଧାନସଭା ଆସନ ପାଇଁ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି। ଗତ ବୁଧବାର ନବୀନ ନିବାସରେ ସୁର ଓ ପୁଅ ସିଦ୍ଧାର୍ଥ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ ଭେଟିଛନ୍ତି।
ତେବେ ଏସବୁ କଥାକୁ ଗୁଜବ ବୋଲି କହିଛନ୍ତି ସୁର। ସିଦ୍ଧାର୍ଥ ପାହାଡ଼ ଚଢ଼ି ରେକର୍ଡ କରିବାର ସଫଳତା ବାବଦରେ କୁଆଡ଼େ ଆଲୋଚନା ହୋଇଥିଲା। କୌଣସି ରାଜନୈତିକ ଚର୍ଚ୍ଚା ନୁହେଁ। ସେ ଏମିତିରେ ଆଉ ନିର୍ବାଚନ ଲଢ଼ିବେନି। ସାନ ପୁଅ ମନ୍ମଥ ଲଢ଼ିବେ ବୋଲି କହିଛନ୍ତି ସୁର। କିନ୍ତୁ ସାଂସଦ ପାଇଁ ନୁହେଁ, ବିଧାନସଭା ଆସନ ପାଇଁ ଲଢ଼ିବେ ବୋଲି କହିଛନ୍ତି ସିଦ୍ଧାର୍ଥ। ଜଟଣୀକୁ ସାନ ଭାଇ ମନ୍ମଥ ଲାଗି ବାପା ଛାଡ଼ିଥିବାରୁ ସେ ଅନ୍ୟ ଆସନରେ ନିଜକୁ ପରୀକ୍ଷା କରାଇବେ। ବାପାଙ୍କ ବିନା ନିଜ ଦମ୍ରେ ଲଢିବି ବୋଲି କହିଛନ୍ତି ସିଦ୍ଧାର୍ଥ।