୬୦ ବର୍ଷ ପରେ ବନ୍ଦ ହେଲା ସିଡ୍‌ନି ବେଳାଭୂମି

୬୦ ବର୍ଷ ପରେ ବନ୍ଦ ହେଲା ସିଡ୍‌ନି ବେଳାଭୂମି

ସମୁଦ୍ରରେ ପହଁରୁଥିବା ଜଣେ ବ୍ୟକ୍ତିଙ୍କର ସାର୍କ ବା ହାଙ୍ଗରମାଛ ଆକ୍ରମଣରେ ମୃତ୍ୟୁ ହେବାରୁ ପ୍ରସିଦ୍ଧ ‘ବଣ୍ଡି ଆଣ୍ଡ୍‌ ବ୍ରଣ୍ଟ୍‌’ ସମେତ ଆଜି ଅଷ୍ଟ୍ରେଲିଆର ସିଡ୍‌ନିରେ କେତେଗୁଡ଼ିଏ ବେଳାଭୂମି ବନ୍ଦ କରିଦିଆଯାଇଛି।

ସମୁଦ୍ରରେ ପହଁରୁଥିବା ଜଣେ ବ୍ୟକ୍ତିଙ୍କର ସାର୍କ ବା ହାଙ୍ଗରମାଛ ଆକ୍ରମଣରେ ମୃତ୍ୟୁ ହେବାରୁ ପ୍ରସିଦ୍ଧ ‘ବଣ୍ଡି ଆଣ୍ଡ୍‌ ବ୍ରଣ୍ଟ୍‌’ ସମେତ ଆଜି ଅଷ୍ଟ୍ରେଲିଆର ସିଡ୍‌ନିରେ କେତେଗୁଡ଼ିଏ ବେଳାଭୂମି ବନ୍ଦ କରିଦିଆଯାଇଛି। ପ୍ରାୟ ୬୦ ବର୍ଷ ପରେ ଏହା ହେଉଛି ସହରର ବେଳାଭୂମିରେ ପ୍ରଥମ ସାର୍କ ଆକ୍ରମଣଜନିତ ମୃତ୍ୟୁ ଘଟଣା।ସମୁଦ୍ରର ସେ ଅଞ୍ଚଳରେ ସାର୍କ ମାଛଟି ଏବେ ଅଛି କି, ନାହିଁ ଜାଣବା ଲାଗି ଆକ୍ରମଣସ୍ଥଳରେ ‘ଡ୍ରମ୍‌ ଲାଇନ୍‌’ (ସାର୍କ ଧରିବା ପାଇଁ ବ୍ୟବହୃତ ବନସୀ) ବସାଯିବା ସହିତ ଡ୍ରୋନ୍‌ ମୁତୟନ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।


ବୁଧବାର ଅପରାହ୍ଣରେ ଅଷ୍ଟ୍ରେଲିଆର ବୃହତ୍ତମ ନଗରର ଦକ୍ଷିଣକୁ ପ୍ରାୟ ୨୦ କିଲୋମିଟର୍‌ ଦୂର ଏବଂ ବଟାନି ବେ’ ପ୍ରବେଶ ପଥ ନିକଟରେ ଅବସ୍ଥିତ ‘ଲିଟ୍‌ଲ୍‌ ବେ ବିଚ୍‌’ ସମୁଦ୍ର ଜଳରାଶିରେ ଗୋଟାଏ ସାର୍କ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବା ଅନ୍‌ଲାଇନ୍‌ରେ ପ୍ରସାରିତ ଭିଡିଓରୁ ଜଣାପଡ଼ିଛି। ପୁଲିସ ସମୁଦ୍ରରେ ପହଁରୁଥିବା ଉକ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିନାହିଁ।


ରାଣ୍ଡ୍‌ୱିକ୍‌ର ମେୟର୍‌ ଡିଲାନ୍‌ ପାର୍କର୍‌ କହିଛନ୍ତି, ଏ ଅଘଟଣ ଆମ ବାସିନ୍ଦାଙ୍କ ପାଇଁ ଅତି ଭୟାବହ। ବେଳାଭୂମି ଆମ ବାରି ଅଗଣା ପରି। ସେଠାରେ ଏମିତି ଭୟାବହ ପରିସ୍ଥିତିରେ ମୃତ୍ୟୁ ଘଟିବା ଅତ୍ୟନ୍ତ ଆଘାତଦାୟକ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.