ତେଲୁଗୁ ଷ୍ଟାର ସୁଧୀର ବର୍ମାଙ୍କ ଆତ୍ମହତ୍ୟା

ତେଲୁଗୁ ଷ୍ଟାର ସୁଧୀର ବର୍ମାଙ୍କ ଆତ୍ମହତ୍ୟା

ସାଉଥ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଯୁବ କଳାକାର ସୁଧୀର ବର୍ମା ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ଷ୍ଟାର ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ୩୩ ବର୍ଷ ହୋଇଥିଲା ।

ସାଉଥ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଯୁବ କଳାକାର ସୁଧୀର ବର୍ମା ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ଷ୍ଟାର ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ୩୩ ବର୍ଷ ହୋଇଥିଲା । ସୁଧୀରଙ୍କ ସାଙ୍ଗ ଏବଂ କୋ ଷ୍ଟାର ସୁଧାକର କୋମକୁଲ ଟ୍ଵିଟ୍‌ ଜରିଆରେ ସୂଚନା ଦେଇଛନ୍ତି। ସୁଧୀରଙ୍କ ମୃତ୍ୟୁ ବିଷୟରେ ଜାଣି ସାଉଥ ଇଣ୍ଡଷ୍ଟ୍ରୀକୁ ଝଟକା ଲାଗିଛି । ସାଉଥ ଇଣ୍ଡଷ୍ଟ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ।ପୋଲିସ କହିବା ମୁତାବକ, ୧୦ ଜାନୁଆରୀରେ ସୁଧୀର ବାରଙ୍ଗଲରେ କୌଣସି ପ୍ରକାରର ବିଷାକ୍ତ ପଦାର୍ଥ ଖାଇଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତା’ ପରେ ସେ ତାଙ୍କ ବନ୍ଧୁଙ୍କ ଘରେ ରହିବାକୁ ହାଇଦ୍ରାବାଦ ଚାଲିଯାଇଥିଲେ । ଗତକାଲି ରାତିରେ ବିଶାଖାପାଟନମ ଘରେ ଆତ୍ମହତ୍ୟା କରିଛନ୍ତି ସୁଧୀର ।

ସୁଧୀରଙ୍କ ସାଙ୍ଗଙ୍କ ସୁଧାକର କୋମାକୁଲା ଟ୍ଵିଟ କରି ତାଙ୍କର ଏକ ଫଟୋ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ସୁଧୀର ! ବହୁତ ଭଲ ପାଇବା… ଆପଣଙ୍କ ସହିତ କାମ କରି ବହୁତ ଭଲ ଲାଗିଲା । ବିଶ୍ୱାସ ହେଉନାହିଁ ଆପଣ ଆଉ ଦୁନିଆରେ ନାହାନ୍ତି। ଓମ୍‌ ଶାନ୍ତି…। ସୁଧୀର ବର୍ମା ଫିଲ୍ମ କଣ୍ଡୁନାପୁ ବୋମାରେ କାମ କରିଛନ୍ତି। ଏହାଛଡା େଓ୍ଵବ ସିରିଜ ‘ସୁଟ୍‌ ଆଉଟ୍‌ ଇନ ଅଲେର’ରେ ମଧ୍ୟ କାମ କରିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.