ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର୍ ତାଲିକା

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର୍ ତାଲିକା

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର୍ ତାଲିକା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଚୂଡ଼ାନ୍ତ ତାଲିକାରେ ୯ ଲକ୍ଷ ୫୦ ହଜାର ୭୮୯ ନୂଆ ଭୋଟର୍ ସାମିଲ ହେଲେ।

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର୍ ତାଲିକା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଚୂଡ଼ାନ୍ତ ତାଲିକାରେ ୯ ଲକ୍ଷ ୫୦ ହଜାର ୭୮୯ ନୂଆ ଭୋଟର୍ ସାମିଲ ହେଲେ। ନୂଆ ତାଲିକାରୁ ୩ ଲକ୍ଷ ୪୪ ହଜାର ୯୪୪ ଜଣଙ୍କୁ ବାଦ୍ ଦିଆଯାଇଛି । ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩। ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫ । ଚୂଡ଼ାନ୍ତ ତାଲିକାରେ ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩ ହଜାର ୨୫ । ୧୮-୧୯ ବର୍ଷ ବୟସ ବର୍ଗର ତାଲିକା ୫ ଲକ୍ଷ ୨୩ ହଜାର ୭୪୪କୁ ବୃଦ୍ଧି ପାଇଛି।

ସେହିପରି ନଭେମ୍ବର ୧ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏହି ସମୟ ମଧ୍ୟରେ ଦାବି ଆପତ୍ତି ନିମନ୍ତେ ସମୁଦାୟ ୧୮ ଲକ୍ଷ ୬୫ ହଜାର ୫୭୦ ଟି ଦାବି ଓ ଆପତ୍ତି ଫର୍ମ ଗ୍ରହଣ କରାଯାଇଥିଲା । ସେ ଭିତରୁ ୧୨ ଲକ୍ଷ ୨ ହଜାର ୧୦୧ଟି, ଅର୍ଥାତ୍ ୬୪.୪୪ ପ୍ରତିଶତ ଦାବି ଓ ଆପତ୍ତି ଅନଲାଇନ୍ ମାଧ୍ୟମରେ ଆସିଥିଲା। ୬ ଲକ୍ଷ ୬୩ ହଜାର ୪୬୯, ଅର୍ଥାତ୍ ୩୫. ୫୬ ପ୍ରତିଶତ ଦାବି ଓ ଆପତ୍ତି ଅଫଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଇଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.