ଜାନୁଆରି ଶେଷ ସୁଦ୍ଧା ସରିବ ନୂଆ ପାର୍ଲା‌ମେଣ୍ଟ ବିଲ୍ଡିଂ

ଜାନୁଆରି ଶେଷ ସୁଦ୍ଧା ସରିବ ନୂଆ ପାର୍ଲା‌ମେଣ୍ଟ ବିଲ୍ଡିଂ

ଜାନୁଆରି ଶେଷ ସୁଦ୍ଧା ନୂଆ ପାର୍ଲା‌ମେଣ୍ଟ ବିଲ୍ଡିଂ (ସଂସଦ ଭବନ) ପ୍ରସ୍ତୁତ ହୋଇଯିବ। ନୂଆ ପାର୍ଲାମେଣ୍ଟ ବିଲ୍ଡିଂର ଇଣ୍ଟେରିୟର ଡିଜାଇନ୍‌ କାମ ଏବେ ଦ୍ରୁତ ଗତିରେ ଚାଲିଛି। ଖୁବ୍‌ ଶୀଘ୍ର ସମସ୍ତ କାର୍ଯ୍ୟ ସରିଯିବ।

ଜାନୁଆରି ଶେଷ ସୁଦ୍ଧା ନୂଆ ପାର୍ଲା‌ମେଣ୍ଟ ବିଲ୍ଡିଂ (ସଂସଦ ଭବନ) ପ୍ରସ୍ତୁତ ହୋଇଯିବ। ନୂଆ ପାର୍ଲାମେଣ୍ଟ ବିଲ୍ଡିଂର ଇଣ୍ଟେରିୟର ଡିଜାଇନ୍‌ କାମ ଏବେ ଦ୍ରୁତ ଗତିରେ ଚାଲିଛି। ଖୁବ୍‌ ଶୀଘ୍ର ସମସ୍ତ କାର୍ଯ୍ୟ ସରିଯିବ। ଜାନୁଆରି ଶେଷ ସୁଦ୍ଧା ନୂଆ ସଂସଦ ଭବନ ପ୍ରସ୍ତୁତ ହୋଇଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ସଂସଦର ବଜେଟ ଅଧିବେଶନ ନୂଆ ପାର୍ଲା‌ମେଣ୍ଟ ବିଲ୍ଡିଂ ନା’ ପୁରୁଣା ବିଲ୍ଡିଂରେ ହେବ ସେସଂକ୍ରାନ୍ତ ନିଷ୍ପତ୍ତି ଏଯାବତ ନିଆଯାଇନି। ଉଲ୍ଲେଖଯୋଗ୍ୟ ଯେ ସେଣ୍ଟ୍ରାଲ ଭିଷ୍ଟାର ପୁନର୍ବିକାଶ କାର୍ଯ୍ୟ ଅନ୍ତର୍ଗତ ନୂ୍ଆ ପାର୍ଲାମେଣ୍ଟ ବିଲ୍ଡିଂ ନିର୍ମାଣ କରାଯାଉଛି। ତେବେ ନୂଆ ପାର୍ଲାମେଣ୍ଟ ବିଲ୍ଡିଂର ଉଦ୍‌ଘାଟନ କେବେ ‌ହେବ ସେ ସଂକ୍ରାନ୍ତ ନିଷ୍ପତ୍ତି ସରକାର ଖୁବ୍‌ ଶୀଘ୍ର ନେବେ। ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ପାର୍ଲ‌ାମେଣ୍ଟ ବିଲ୍ଡିଂର ଶିଳାନ୍ୟାସ କରିଥିଲେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.