ହାତରେ ଯଜ୍ଞସୂତା ବାନ୍ଧିବା ସ୍ବାସ୍ଥ୍ୟ ପାଇଁ ହିତକର

ହାତରେ ଯଜ୍ଞସୂତା ବାନ୍ଧିବା ସ୍ବାସ୍ଥ୍ୟ ପାଇଁ ହିତକର

ହିନ୍ଦୁ ଧର୍ମରେ ନବରାତ୍ରି ଓ ଅନ୍ୟାନ୍ୟ ପୂଜା ପାର୍ବଣରେ ହାତରେ ଯଜ୍ଞସୂତା ପୂଜା କରି ବନ୍ଧା ଯାଇଥାଏ। ଏହା ବିନା ପୂଜା ଅଧୁରା ବୋଲି କୁହାଯାଏ।

ହିନ୍ଦୁ ଧର୍ମରେ ନବରାତ୍ରି ଓ ଅନ୍ୟାନ୍ୟ ପୂଜା ପାର୍ବଣରେ ହାତରେ ଯଜ୍ଞସୂତା ପୂଜା କରି ବନ୍ଧା ଯାଇଥାଏ। ଏହା ବିନା ପୂଜା ଅଧୁରା ବୋଲି କୁହାଯାଏ। ଲୋକେ ଭାବନ୍ତି ଏହି ଯଜ୍ଞସୂତା ବାନ୍ଧିବା କେବଳ ଧାର୍ମିକ କାରଣ ପାଇଁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଯଜ୍ଞସୂତା ବାନ୍ଧିବା ପଛରେ ବୈଜ୍ଞାନିକ କାରଣ ସ୍ବାସ୍ଥ୍ୟ ସହିତ ଜଡ଼ିତ ରହିଛି। ଏଠାରେ ଯଜ୍ଞସୂତା ବାନ୍ଧିବାର କେତେକ ଫାଇଦା ସମ୍ପର୍କରେ ସୂଚନା ଦିଆଯାଇଛି। ଯାହା ଜାଣିବା ପରେ ଆପଣ ବର୍ଷସାରା ହାତରୁ ଏହାକୁ ଫିଟାଇବେ ନାହିଁ।

କଫ ଦୂର ହୁଏ

ଡାକ୍ତରଙ୍କ ଅନୁସାରେ ଆମ ଶରୀରର ଅନେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପର୍ଯ୍ୟନ୍ତ ପହଞ୍ଚୁଥିବା ଶିରା ମଣିବନ୍ଧ ଦେଇ ଯାଇଛି। ତେଣୁ ଯେତେବେଳେ ଆମେ ମଣିବନ୍ଧରେ ଏହି ସୂତା ବାନ୍ଧିଥାଉ, ଏହି ଶିରା ଉପରେ ଚାପ ପଡ଼ିବା କାରଣରୁ ଏହାର କ୍ରିୟା ନିୟନ୍ତ୍ରିତ ରହେ। ଏହାଦ୍ବାରା ବାତ, ପିତ୍ତ, କଫ ସମସ୍ୟା ଦୂର ହୋଇଯାଏ।

ରକ୍ତଚାପ

ଯଜ୍ଞସୂତାକୁ ମଣିବନ୍ଧରେ ବାନ୍ଧିବା ଫଳରେ ଶିରା ନିୟନ୍ତ୍ରଣରେ ରହେ। ଏହାଦ୍ବାରା ରକ୍ତଚାପ ସମସ୍ୟା ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

ମଧୁମେହ

ପୁରୁଷ ଓ ଅବିବାହିତ ଝିଅଙ୍କ ଡାହାଣ ଓ ବିବାହିତ ମହିଳାଙ୍କ ବାମ ହାତରେ ଯଜ୍ଞସୂତା ବନ୍ଧାଯାଏ। ହାତରେ ଏହା ବାନ୍ଧିବା ଫଳରେ ମଧୁମେହ ସମସ୍ୟା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରହେ ବୋଲି କୁହାଯାଏ।

 

ହୃଦ୍‌ଘାତ

ମଣିବନ୍ଧରେ ସୂତା ବାନ୍ଧିବା ଫଳରେ ହାତର ଶିରା ଉପରେ ମଧ୍ୟ ଚାପ ପଡ଼ିଥାଏ। ଏହାଦ୍ବାରା ହୃଦ୍‌ଘାତ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ। କେବଳ ସେତିକି ନୁହେଁ, ଏହା ପାରାଲିସିସ୍‌ ରୋଗଠାରୁ ମଧ୍ୟ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.