ଓଡ଼ିଆ ସଂଗୀତ ଦୁନିଆର ବାଦଶାହାଙ୍କ ଆଜି ଜୟନ୍ତୀ

ଓଡ଼ିଆ ସଂଗୀତ ଦୁନିଆର ବାଦଶାହାଙ୍କ ଆଜି ଜୟନ୍ତୀ

ସେ ଚିର ସବୁଜ । ଷାଠିଏ ସତୁରୀ ଦଶକରେ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତି  । କୋଟିକୋଟି ଓଡ଼ିଆଙ୍କ ମଉଡମଣି ଅକ୍ଷୟ ମହାନ୍ତି । ଓଡ଼ିଆ ସଂଗୀତ ଦୁନିଆର ବାଦଶାହାଙ୍କ ଆଜି ଜୟନ୍ତୀ  ।

ସେ ଚିର ସବୁଜ । ଷାଠିଏ ସତୁରୀ ଦଶକରେ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତି  । କୋଟିକୋଟି ଓଡ଼ିଆଙ୍କ ମଉଡମଣି ଅକ୍ଷୟ ମହାନ୍ତି । ଓଡ଼ିଆ ସଂଗୀତ ଦୁନିଆର ବାଦଶାହାଙ୍କ ଆଜି ଜୟନ୍ତୀ  । 1936 ମସିହା ଅକ୍ଟୋବର 12ରେ ଜନ୍ମଗ୍ରହଣ କରିଥିଲେ ଏହି ଯାଯାବର  । ସଂଗୀତ ଶିକ୍ଷା ନନେଇ ସେ ସେ ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ  । ସାଇକେଲରେ ବୁଲିବୁଲି ଗୀତ ଗାଉଥିଲେ  । ଯେଉଁଠି ବସୁଥିଲେ ଗାଉଥିଲେ  । ତାଙ୍କ ଗୀତରେ ଓଡିଶାର କଥା, ଓଡିଆଙ୍କ ଚାଲିଚଳଣି, ଲୋକକଥା, ହାବଭାବ, ଗାଁ ମାଟିର ମହକ  । ଷ୍ଟୁଆର୍ଟ କଲେଜରୁ ଯୁକ୍ତ ଦୁଇ ଶିକ୍ଷା ଆରମ୍ଭ କରିଥିଲେ ଅକ୍ଷୟ । ପରେ ରେଭେନ୍ସା ମହାବିଦ୍ୟାଳୟରେ ଏମଏ ପଢିଥିଲେ । ଏହାପରେ ସେ ମଧୁସୂଦନ ଲ କଲେଜରୁ ନିଜ ଆଇନ ଶିକ୍ଷା ମଧ୍ୟ ଶେଷ କରିଥିଲେ । ୧୯୫୬ରେ ଆକାଶବାଣୀ କଟକର ସ୍ବୀକୃତିପ୍ରାପ୍ତ ଗୀତିକାର ଓ ୧୯୫୯ରେ ସଂଗୀତ ସଂଯୋଜକ ଭାବେ ପ୍ରତିଷ୍ଠାଲାଭ କରିଥିଲେ  । ଅକ୍ଷୟଙ୍କ ପ୍ରଥମ ଗୀତ ଥିଲା ରୁସି ବସନା ସୁନାଗୋରୀ  ।

ବଡ଼ ଭଉଣୀଙ୍କ ସହ ସିଏ ଡୁଏଟ ଗାଇଥିଲେ  । ୧୯୫୮ମସିହାରେ ରିଲିଜ ହୋଇଥିବା ମା ସିନେମାରେ ଗାଇବାର ସୁଯୋଗ ପାଇଥିଲେ  । ସେ ୧୨୯ଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଛନ୍ତି  । ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି, ୭୫ଟି ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହା ସାଙ୍ଗକୁ ସେ ତିନୋଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଓ ଗୋଟିଏ ଚଳଚ୍ଚିତ୍ରର ଯୁଗ୍ମ ନିର୍ଦେଶକ ରହିଛନ୍ତି । ଯାଯାବର, ଯାରେ ମେଘ ଭାସି ଯା, ହେ ଫଗୁଣ ତୁମେ ଗଲା ପରେ ପରେ, ପୁଣ୍ୟର ନଦୀ ତିରେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ବୟସର କୃଷ୍ଣଚୂଡା, ନଦୀର ନାମ ଅଳସ କନ୍ୟା ଆଦି ଅନେକ ଗୀତର ସେ ହେଉଛନ୍ତି ସ୍ରଷ୍ଟା । ଯାହା ଆଜି ବି ସମସ୍ତଙ୍କର ମନରେ ବାନ୍ଧି ହୋଇ ରହିଛି  । ନଭେମ୍ବର ୧୭ ତାରିଖରେ ଏହି ମହାନ ସଂଗୀତଜ୍ଞଙ୍କ ପରଲୋକ ଘଟିଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.