ମଧ୍ୟରାତ୍ରିରେ ଧରାବତରଣ କଲେ ପ୍ରଭୁ ଯୀଶୁ

ମଧ୍ୟରାତ୍ରିରେ ଧରାବତରଣ କଲେ ପ୍ରଭୁ ଯୀଶୁ

ମଧ୍ୟରାତ୍ରୀରୁ ବିଶ୍ୱବ୍ୟାପୀ ପାଳନ ହେଉଛି ବଡ଼ଦିନ ବା ଖ୍ରୀଷ୍ଟମାସ । କୋଭିଡ କଟକଣା ପାଇଁ ଭର୍ଚୁଆଲରେ ଯୀଶୁଙ୍କ ଜନ୍ମଦିବସକୁ ପାଳନ କରିଛନ୍ତି ଖ୍ରୀଷ୍ଟଧର୍ମୀ ।

ଆଜି ପବିତ୍ର ବଡ଼ଦିନ । ମଧ୍ୟ ରାତ୍ରୀରେ ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁ । ହେଲେ କରୋନା କଟକଣା ଯୋଗୁଁ ଚର୍ଚ୍ଚରେ ନାହିଁ ଭିଡ଼ । କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପ୍ରାର୍ଥନା ହୋଇଛି । ମଧ୍ୟ ରାତ୍ରୀରେ ପ୍ରଭୁ ଯୀଶୁ ଧରାପୃଷ୍ଠରେ ଅବତରଣ କରିବା ସହ ସମଗ୍ର ବିଶ୍ୱ ସମେତ ଓଡ଼ିଶାରେ ମଧ୍ୟ ଆଜି ବଡ଼ଦିନ ପାଳନ ହେଉଛି । ପ୍ରଭୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ଚର୍ଚ୍ଚ ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଛି । ତେବେ କରୋନା କଟକଣା ପାଇଁ ଚର୍ଚ୍ଚ ଗୁଡ଼ିକରେ ପୂର୍ବ ବର୍ଷଗୁଡ଼ିକ ଭଳି ଲୋକଙ୍କର ଭିଡ଼ ନାହିଁ ।

 

ସେହିପରି ନୂଆବର୍ଷର ସ୍ବାଗତ ପାଇଁ କ୍ଲବ୍, ହୋଟେଲ, ପାର୍କ, କନଭେନସନ୍‌ ହଲ ଇତ୍ୟାଦିରେ ହେଉଥିବା ସ୍ବାଗତ ଉତ୍ସବ, ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଳନ ହୋଇପାରିବ ନାହିଁ। ସମସ୍ତ ପ୍ରକାର ମିଳିତ ଭୋଜି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ସମସ୍ତ ପ୍ରକାର ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ବିବାହ ବାଦ୍ ଅନ୍ୟ ସମସ୍ତ ପ୍ରକାର ଉତ୍ସବ ଉପରେ ରୋକ୍ ଲଗାଯାଇଛି। ସେହିପରି କୋଭିଡ-୧୯ ପ୍ରୋଟୋକଲକୁ ମାନି ଶେଷକୃତ୍ୟ ସଂପନ୍ନ କରିବାକୁ ସରକାର ଅନୁମତି ଦେଇଛନ୍ତି। ଏସବୁ କାର୍ଯ୍ୟକ୍ରମରେ ଯେପରି ଲୋକଙ୍କ ଗହଳି ନ ହେବ ସେଥିପାଇଁ ନଜର ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। 

ପଢନ୍ତୁ: ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.