୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଦୁଇ ଦିନ ସେ ମାରାଥନ୍‌ କାର୍ଯ୍ୟକ୍ରମ କରିବେ । ଦିନ ପ୍ରାୟ ୧୦ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।

ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଦୁଇ ଦିନ ସେ ମାରାଥନ୍‌ କାର୍ଯ୍ୟକ୍ରମ କରିବେ । ଦିନ ପ୍ରାୟ ୧୦ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ରୋଡ୍‌ ସୋ’ କରି ଜନତା ମଇଦାନ ଯିବେ । ମଧ୍ୟାହ୍ନ ୧୨ଟା ୧୫ରେ ଜନତା ମଇଦାନରେ ପହଞ୍ଚି ନଡ୍ଡା ବିଶାଳ ସମାବେଶ କରିବେ । ଆୟୋଜିତ ହେବାକୁ ଥିବା ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶରେ ସେ ଉଦ୍‌ବୋଧନ ରଖିବେ । ସେହିପରି ସମାବେଶ ପରେ ବିଜେପି ରାଜ୍ୟ ମୁଖ୍ୟାଳୟରେ କୋର୍‌ କମିଟି ବୈଠକ ବସିବ । ଦଳୀୟ ପଦାଧିକାରୀଙ୍କୁ ସେ ମନ୍ତ୍ର ଦେବେ । ସନ୍ଧ୍ୟାରେ ନଡ୍ଡା ପୁରୀ ଅଭିମୁଖେ ବାହାରିବେ । ଅଠରନଳା ଛକ ପାଖରେ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବେ । ପୁରୀରେ ରାତି ରହଣୀ ପରେ ସକାଳୁ ଭଦ୍ରକ ଧାମନଗର ଯିବେ । ସେଠାରେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାର ଲୋକଙ୍କୁ ଭେଟିବେ । ସେଠାରୁ ସେ କଟକ ଓଲଟପୁର ନିରତାର୍‌ରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ସେ ରାଜଧାନୀ ଫେରି ଜନତା ମଇଦାନରେ ଦଳର ୭ଟି ମୋର୍ଚ୍ଚା ପଦାଧିକାରୀଙ୍କୁ ସମ୍ବୋଧିତ କରିବେ । ଶୁକ୍ରବାର ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.