ଆଜି ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ

ଆଜି ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ

ବ୍ରିଟେନ୍‌ ରାଜା ଚାଲର୍‌ସ ତୃତୀୟ ଏବଂ କୁଇନ୍‌ ଅଫ୍‌ କନ୍‌ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ଖୁବ୍‌ ଆଡମ୍ବର ସହକାରେ ପାଳନ ହେବାକୁ ଯାଉଛି। ସ୍ଥାନୀୟ ସମୟ ୧୦ଟା ୨୦ ମିନିଟ୍‌ରେ ଚାଲର୍‌ସଙ୍କ ପ୍ରଶେସନ ସେଣ୍ଟ୍ରାଲ ଲଣ୍ଡନସ୍ଥିତ ବକିଂହାମ ପ୍ୟାଲେସ୍‌ରୁ ଓ୍ବେଷ୍ଟମିନଷ୍ଟର ଆବେ ଅଭିମୁଖେ ପାଖାପାଖି ୨ କିଲୋମିଟର ଦୂର ଯିବ।

ବ୍ରିଟେନ୍‌ ରାଜା ଚାଲର୍‌ସ ତୃତୀୟ ଏବଂ କୁଇନ୍‌ ଅଫ୍‌ କନ୍‌ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ଖୁବ୍‌ ଆଡମ୍ବର ସହକାରେ ପାଳନ ହେବାକୁ ଯାଉଛି। ସ୍ଥାନୀୟ ସମୟ ୧୦ଟା ୨୦ ମିନିଟ୍‌ରେ ଚାଲର୍‌ସଙ୍କ ପ୍ରଶେସନ ସେଣ୍ଟ୍ରାଲ ଲଣ୍ଡନସ୍ଥିତ ବକିଂହାମ ପ୍ୟାଲେସ୍‌ରୁ ଓ୍ବେଷ୍ଟମିନଷ୍ଟର ଆବେ ଅଭିମୁଖେ ପାଖାପାଖି ୨ କିଲୋମିଟର ଦୂର ଯିବ। କିଙ୍ଗ୍‌ ଚାଲର୍‌ସ ଓ କାମିଲା ଡାଇମଣ୍ଡ ଜୁବିଲି ଷ୍ଟେଟ୍‌ କୋଚ୍‌ (ଘୋଡ଼ାଗାଡ଼ି)ରେ ବସି ଯାତ୍ରା କରିବେ। ୧୧ଟା ସମୟରେ କିଙ୍ଗ୍‌ ଚାଲର୍‌ସ ଓ ରାଣୀ ଭାବେ କାମିଲାଙ୍କ ରାଜ୍ୟାଭିଷେକ ପ୍ରକ୍ରିୟା ଆରମ୍ଭ କରାଯିବ। ଠିକ୍‌ ମଧ୍ୟାହ୍ନ ସମୟରେ ଇଂଲଣ୍ଡ ଚର୍ଚ୍ଚର ଉଚ୍ଚପଦରେ ଥିବା କ୍ଲେରିକ୍‌ ଏବଂ କାଣ୍ଟେରବରି ଜଷ୍ଟିନ୍‌ ଓ୍ବେଲବିର ଆର୍ଚବିଶପ ଚାଲର୍‌ସଙ୍କୁ ରାଜମୁକୁଟ ପିନ୍ଧାଇବେ, ଯାହା ୧ ଘଣ୍ଟା ଧରି ଚାଲିବ । ୧,୦୦୦ ବର୍ଷର ଚିରାଚରିତ ପ୍ରଥାରେ ଚାଲର୍‌ସଙ୍କ ରାଜ୍ୟାଭିଷେକ କରାଯିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.