ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର୍‌ଙ୍କ ଆଜି ପ୍ରଥମ ଜନ୍ମାବର୍ଷିକୀ

ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର୍‌ଙ୍କ ଆଜି ପ୍ରଥମ ଜନ୍ମାବର୍ଷିକୀ

ମେଲୋଡି କୁଇନ୍, ଭାରତର କୋକିଳ କଣ୍ଠି ତଥା ଭଏସ ଅଫ ଦ ମିଲେନିୟମ ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ୨୮ ସେପଟେମ୍ବର ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ଲତା ଜୀ ।

ମେଲୋଡି କୁଇନ୍, ଭାରତର କୋକିଳ କଣ୍ଠି ତଥା ଭଏସ ଅଫ ଦ ମିଲେନିୟମ ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ୨୮ ସେପଟେମ୍ବର ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ଲତା ଜୀ । ଗତବର୍ଷ ଆଜିର ଦିନରେ ଇହଧାମ ତ୍ୟାଗ କରିଥିଲେ । ସେ ନାହାନ୍ତି ସତ ହେଲେ ଆଜି ବି ସମସ୍ତଙ୍କ ମନରେ ସମସ୍ତଙ୍କ ଗୀତରେ ସେ ଅମର । ୮ ଦଶନ୍ଧୀ ଧରି ପ୍ଲେ ବ୍ୟାକ୍ ସିଙ୍ଗର ଲତା ଜୀଙ୍କ ଲୋକପ୍ରିୟ ଗୀତରେ ଝୁମିଛନ୍ତି ଶ୍ରୋତା । ଆଜି ବି ତାଙ୍କ ଗୀତ ପ୍ରତିଟି ମୁହଁରେ ରହିଛି ।

ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୬ ଫୁଟର ବାଲୁକା କଳା ପ୍ରଦର୍ଶନ କରି ଭାରତ ରତ୍ନ ଲତା ମଙ୍ଗେସଙ୍କରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଲତା ମଙ୍ଗେସକରଙ୍କ ସେହି ପ୍ରସିଦ୍ଧ ଓ ଶ୍ରୁତି ମଧୁର ଗୀତ ମେରି ଆୱାଜ୍ ସୁନୋର ସୁର୍‌ ଲାଗୁଛି ଯେମିତି ବାଲୁକା ରୁପି କାନଭାସରୁ ଭାସି ଆସୁଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.