ରାତିପାହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ଯାତ, ନିଲାମ ହେବ ମରୀଚି କୁଣ୍ଡ ପାଣି

ରାତିପାହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ଯାତ, ନିଲାମ ହେବ ମରୀଚି କୁଣ୍ଡ ପାଣି

ରାତିପାହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ଯାତ। ଏଥପାଇଁ ଚଳଚଞ୍ଚଳ ପୁରା ଭୁବନେଶ୍ୱର ।ମଧ୍ୟରାତ୍ରିରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ।

ରାତିପାହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ଯାତ। ଏଥପାଇଁ ଚଳଚଞ୍ଚଳ ପୁରା ଭୁବନେଶ୍ୱର । ମଧ୍ୟରାତ୍ରିରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ। ବିଧି ଅନୁସାରେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିରେ ରଥ ପ୍ରତିଷ୍ଠା ପର୍ବ ଆରମ୍ଭ ହେବ। ରଥ ପାଇଁ ପାଣି ଯିବା ପରେ ପରମ୍ପରା ଅନୁଯାୟୀ ମରୀଚିକୁଣ୍ଡରୁ ଉଠିଥିବା ଅନ୍ୟ କଳସ ଜଳ ନିଲାମ ହେବ। ଏହି ପାଣି ସ୍ନାନ କଲେ ମହିଳାମାନଙ୍କୁ ସନ୍ତାପପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । 

ସୂଚନାନୁସାରେ, ବିଧି ଅନୁସାରେ ପବିତ୍ର ଅଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ନେତ୍ର ଉତ୍ସବ ଅନୁଷ୍ଠିତ ହୁଏ। ଏହି ତିଥିରେ ରଥ ନିର୍ମାଣ ସରିବା ସହ ପ୍ରତିଷ୍ଠା ହୋଇଥାଏ। ରାତିରେ ନୀତିକାନ୍ତି ହେବାର ଥିବାରୁ ଅସ୍ଥାୟୀ ଘର ଏବଂ ଲାଇଟ୍ ବ୍ୟବସ୍ଥା କରାଯାଇଛି ।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.