ହିନ୍ଦୀ ସ୍କ୍ରିନକୁ ଆସିବ ଦମନ । ଆଜି ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ରୂପାନ୍ତର । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ବାଇ ଗସ୍ତରେ ଅଛି । ଆଜି ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ସୋ’ କରାଯିବ । ୨୦୨୨ ନଭେମ୍ବରରେ ଡାକ୍ତରଙ୍କ କାହାଣୀକୁ ନେଇ ଓଡ଼ିଆରେ ରିଲିଜ୍ ହୋଇଥିଲା ଫିଲ୍ମ ଦମନ ।
ରାଜ୍ୟର ୪୩ଟି ହଲରେ ଫିଲ୍ମ ରିଲିଜ୍ ହୋଇଥିଲା । ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଥିଲା । ଏଥି ସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କରିଥିଲା ଫିଲ୍ମ । ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦି ଡବିଂ କରିଛନ୍ତି ।