ଆସନ୍ତୁ ଆଜି ଆମେ ପ୍ରସ୍ତୁତ କରିବା ପନିରରୁ ପ୍ରସ୍ତୁତ "ପନିର ବଲ"

ଆସନ୍ତୁ ଆଜି ଆମେ ପ୍ରସ୍ତୁତ କରିବା ପନିରରୁ ପ୍ରସ୍ତୁତ "ପନିର ବଲ"

ପ୍ରଥମେ ଆଳୁକୁ ସିଝାଇ ଚୋପା ଛଡାଇ ଭଲ ଭାବେ ଚକଟି ଦିଅନ୍ତୁ । ଏଥିରେ ଅଦା ଛେଚା, କଟା ଧଣିଆପତ୍ର, ଅଳ୍ପ ଲୁଣ, ଛୋଟ ଛୋଟ କଟା ଲଙ୍କା, ଜୀରା ଓ ଲଙ୍କା ଗୁଣ୍ଡ, ଗରମ ମସଲା, ଅଧା ଚୂଡା ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଛୋଟ ଛୋଟ ଗୋଳା ବା ବଲ ପରି କରନ୍ତୁ ।

ଆବଶ୍ୟକ ସାମଗ୍ରୀ:
ଆଳୁ ୫୦୦ ଗ୍ରାମ , ୨ ଚାମଚ ଅଦା ଛେଚା , ଅଳ୍ପ କଟା ଲଙ୍କା , ଅଳ୍ପ ଅଟା ଗୁଣ୍ଡ , ଚୂଡା ଗୁଣ୍ଡ ୧୫୦-୨୦୦ ଗ୍ରାମ ପନୀର , ଧଣିଆପତ୍ର ଅଳ୍ପ ଛୋଟ ଛୋଟ କଟା , ଛାଣିବା ପାଇଁ ତେଲ , ଅଳ୍ପ ଲଙ୍କା , ଗରମ ମସଲା ଓ ଜୀରା ଗୁଣ୍ଡ ଓ ପାଣି ଏବଂ ଲୁଣ ଆବଶ୍ୟକ ଅନୁସାରେ ।

 
ପ୍ରସ୍ତୁତି  ପ୍ରଣାଳୀ  :
ପ୍ରଥମେ ଆଳୁକୁ ସିଝାଇ ଚୋପା ଛଡାଇ ଭଲ ଭାବେ ଚକଟି ଦିଅନ୍ତୁ । ଏଥିରେ ଅଦା ଛେଚା , କଟା ଧଣିଆପତ୍ର , ଅଳ୍ପ ଲୁଣ , ଛୋଟ ଛୋଟ କଟା ଲଙ୍କା , ଜୀରା ଓ ଲଙ୍କା ଗୁଣ୍ଡ , ଗରମ ମସଲା , ଅଧା ଚୂଡା ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଛୋଟ ଛୋଟ ଗୋଳା ବା ବଲ ପରି କରନ୍ତୁ ।ଏବେ ପନୀରକୁ ଛୋଟ ଛୋଟ ଖଣ୍ଡ କରି ଗରମ ମସଲା , କଟା ଲଙ୍କା ଓ ଅଳ୍ପ ଲୁଣରେ ଗୋଳାଇ ରଖନ୍ତୁ । ଏବେ ଗୋଟିଏ ଗୋଟିଏ ଆଳୁ ଗୋଳା ନେଇ ହାତ ପାପୁଲିରେ ଖୋଲି ତା ମଧ୍ୟରେ ପୂର ଦେଲାପରି ପନୀର ଖଣ୍ଡକୁ ରଖି ପୁଣି ଗୋଲ ଗୋଲ କରି ଗଢନ୍ତୁ । ଏହାକୁ ଅଟାରେ ଭଲ ଭାବେ ଗୋଳାଇ ରଖନ୍ତୁ । ଏବେ ଏହି ବଲକୁ ପାଣିରେ ଅଳ୍ପ ବୁଡାଇ ଚୂଡା ଗୁଣ୍ଡରେ ଗଡାନ୍ତୁ ଯେପରି ବଲ ଉପରେ ଚୂଡା ଗୁଣ୍ଡ ଭଲ ଭାବେ ଲାଗି ରହିବ । ପୁଣି ଅଟାରେ ଗଡାଇ କରି ଚୂଡା ଗୁଣ୍ଡ ଲଗାନ୍ତୁ । ଏବେ ପ୍ରସ୍ତୁତ ପନୀର ବଲ ।   ଏହାକୁ ପ୍ୟାନରେ ତେଲ ଦେଇ ଭାଜନ୍ତୁ କିମ୍ବା ତେଲରେ ଛାଣି ବାଦାମି ରଙ୍ଗ ହେଲେ କାଡି ରଖନ୍ତୁ । ଏହାକୁ ଏହାକୁ ଟମାଟୋ ସସ ସହ ଖାଇବାକୁ ଦିଅନ୍ତୁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.