ଅସହ୍ୟ ଖରାରେ ଛଟପଟ ହେଉଛି ଓଡ଼ିଶା। ଆଉ ୩ ଦିନ ଯାଏଁ କଲବଲ କରିବ ତାତି ।ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ତାତି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଏହିଭଳି ରହିବ। ଏହାପରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ରାଜ୍ୟର ସର୍ବାଧିକ ତାପମାତ୍ରା ୪୦ଡିଗ୍ରି କିମ୍ବା ଏହାଠାରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜଣାଇଛି।