ଆଜି ରାତିରେ ଟ୍ବିଟର ପାଇବ ତାର ନୂଆ ମାଲିକ

ଆଜି ରାତିରେ ଟ୍ବିଟର ପାଇବ ତାର ନୂଆ ମାଲିକ

ଟେସ୍ଲା ସିଇଓ ଏଲନ ମସ୍କ ଆଜି ରାତିରେ ଟ୍ୱିଟରର ନୂଆ ମାଲିକ ହୋଇପାରନ୍ତି । ଦ ଓ୍ୱାଲ ଷ୍ଟ୍ରିଟ୍‌ ଜର୍ନାଲ ଅନୁସାରେ, ଏଲନ ମସ୍କ ଏହି ସୋସିଅଲ ମିଡିଆ ସାଇଟକୁ କିଣିବା ପାଇଁ ଡିଲ୍‌ ଉପସ୍ଥାପନ କରିଥିଲେ, ଯାହାକୁ ନେଇ ପୁଣିଥରେ ବିଚାର ବିମର୍ଷ କରୁଛି ଟ୍ୱିଟର । 

ଟେସ୍ଲା ସିଇଓ ଏଲନ ମସ୍କ ଆଜି ରାତିରେ ଟ୍ୱିଟରର ନୂଆ ମାଲିକ ହୋଇପାରନ୍ତି । ଦ ଓ୍ୱାଲ ଷ୍ଟ୍ରିଟ୍‌ ଜର୍ନାଲ ଅନୁସାରେ, ଏଲନ ମସ୍କ ଏହି ସୋସିଅଲ ମିଡିଆ ସାଇଟକୁ କିଣିବା ପାଇଁ ଡିଲ୍‌ ଉପସ୍ଥାପନ କରିଥିଲେ, ଯାହାକୁ ନେଇ ପୁଣିଥରେ ବିଚାର ବିମର୍ଷ କରୁଛି ଟ୍ୱିଟର ।  ଏହି ଖବର ମଧ୍ୟରେ ଟ୍ୱିଟରର ଶେୟାର ପ୍ରୋମାର୍କେଟ ଟ୍ରେଣ୍ଡିଂରେ ୫.୩ ପ୍ରତିଶତ ବୃଦ୍ଧି ହୋଇଛି । ଗଣମାଧ୍ୟମ ଖବର ଅନୁସାରେ, ଟ୍ୱିଟର ତା’ର ମାଲିକାନା ଅଧିକାର ଏଲନ ମସ୍କଙ୍କୁ ଦେବାପାଇଁ ପ୍ରସ୍ତୁତ । ରିପୋର୍ଟ ଅନୁସାରେ, ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ରାଞ୍ଜାକ୍ସନ ସର୍ତ୍ତ ଉପରେ କାମ କରୁଛି ଏବଂ ଯଦି ଆଲୋଚନା ଠିକ୍‌ ରହେ ତେବେ ସୋମବାର ଏକ ଡିଲ୍‌ ହୋଇପାରେ । ନିକଟରେ ଟ୍ୱିଟରକୁ କିଣିବା ପାଇଁ ଏଲନ ମସ୍କ ୪୩ ବିଲିୟନ ଡଲାର ବା ପ୍ରାୟ ୩୨୭୩.୪୪ ଅରବ ଟଙ୍କାର ଅଫର ଦେଇଥିଲା । ଏହାକୁ ନେଇ ଖୁବ୍‌ ବିବାଦ ମଧ୍ୟ ହୋଇଥିଲା । କିନ୍ତୁ ନୂଆ ରିପୋର୍ଟ କରୁଛି ଟ୍ୱିଟର ଏବେ ମସ୍କଙ୍କ ସହ ଡିଲ୍‌ କରିବାକୁ ପ୍ରସ୍ତୁତ ।

 

ଗତ କିଛି ଦିନ ପୂର୍ବରୁ ଟ୍ୱିଟର ବୋର୍ଡ଼ ମସ୍କଙ୍କ ପକ୍ଷରୁ କମ୍ପାନୀର ଟେକଓଭରକୁ ଅଟକାଇବା ପାଇଁ Poison pill strategy ଆପଣାଇଥିଲା । ଏବେ ମସ୍କଙ୍କ ନିକଟରେ ୯.୨ ପ୍ରତିଶତ ଶେୟାର ଅଛି । ଏହା ମଧ୍ୟ କୁହାଯାଉଛିଯେ,  ମସ୍କ ଶୁକ୍ରବାର କମ୍ପାନୀର କେତେକ ଶେୟାରହୋଲ୍ଡରଙ୍କ ସହିତ ବୈଠକ କରିବା ପରେ ଟ୍ୱିଟରର ସ୍ୱଭାବ ବଦଳି ଯାଇଥିଲା । ମସ୍କ ସର୍ବଦା କହି ଆସିଛନ୍ତିଯେ, ସେ ମୁକ୍ତ ବକ୍ତବ୍ୟକୁ ସମର୍ଥନ କରନ୍ତି । ଟ୍ୱିଟରକୁ କିଣିବା ପଛର କାରଣ ମଧ୍ୟ ଏହା ବୋଲି ସେ ଦର୍ଶାଇଥିଲେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.