ବ୍ଲୁ ଟିକ୍‌ ପରେ ଏବେ ବିଜ୍ଞାପନ ପାଇଁ ଦେୟ ନେବ ଟ୍ବିଟର

ବ୍ଲୁ ଟିକ୍‌ ପରେ ଏବେ ବିଜ୍ଞାପନ ପାଇଁ  ଦେୟ ନେବ ଟ୍ବିଟର

ଟଙ୍କା ଭର ନଚେତ ଟ୍ବିଟରରେ କୌଣସି ବିଜ୍ଞାପନ ଚଳାଇପାରିବନି। ଏମିତି କିଛି ୟୁଜର୍ସଙ୍କ ପାଖକୁ ଚିଠି ଲେଖିଛି ଟ୍ବିଟର।

ଟଙ୍କା ଭର ନଚେତ  ଟ୍ବିଟରରେ କୌଣସି ବିଜ୍ଞାପନ ଚଳାଇପାରିବନି। ଏମିତି କିଛି ୟୁଜର୍ସଙ୍କ ପାଖକୁ ଚିଠି ଲେଖିଛି ଟ୍ବିଟର। ଟ୍ବିଟରରେ ବିଜ୍ଞାପନ ଚଲାଇବାକୁ ହେଲେ ଉକ୍ତ ଆକାଉଣ୍ଟ ଭେରିଫାଏଡ ହୋଇଥିବା ଦରକାର କିମ୍ବା ଭେରିଫାଏଡ ଅନୁଷ୍ଠାନ ହୋଇଥିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।ବିଜ୍ଞାପନକାରୀଙ୍କୁ ଟ୍ବିଟର ପକ୍ଷରୁ ପଠାଯାଇଥିବା ଚିଠି ସମ୍ପର୍କରେ ସୋସିଆଲ ମିଡିଆ ପରାମର୍ଶଦାତା ମଟ୍ଟ ନାଭରା ସୂଚନା ଦେଇଛନ୍ତି । 

କମ୍ପାନୀ ଆହୁରି କହିଛି ଯେ ଏହି ଗୋଲ୍ଡ ଚେକମାର୍କ ରହିବା ଦ୍ବାରା ଟ୍ବିଟରର ନୀତି ଆଦର୍ଶର ମୂଲ୍ୟ ବୃଦ୍ଧି ପାଇବ ଏବଂ ଗ୍ରାହକମାନେ ଠକେଇରୁ ବର୍ତ୍ତିପାରିବେ । ଜଣେ ପ୍ରକୃତ ବ୍ୟବସାୟୀ ବା ବ୍ୟବସାୟିକ ଅନୁଷ୍ଠାନର ପରିଚୟ ପାଇବା ଲାଗି ଉକ୍ତ ଆକାଉଣ୍ଟକୁ ନିର୍ଦ୍ଦିଷ୍ଟ ଅର୍ଥ ଭରିବାକୁ ପଡିବ । ଯାହାଦ୍ବାରା ଉକ୍ତ କମ୍ପାନୀଗୁଡ଼ିକୁ ଗୋଲ୍ଡ ଚେକମାର୍କ ମିଳିବା ପରେ ସେମାନେ ନିଜର ବିଜ୍ଞାପନ ଟ୍ବିଟରରେ ଚଲାଇପାରିବେ । ସମସ୍ତ ବିଜନେସ ଆକାଉଣ୍ଟ ଲାଗି ଏହାକୁ ଟ୍ବିଟର ବାଧ୍ୟତାମୂଳକ କରାଯାଇଛି ବୋଲି ନାଭରା କହିଛନ୍ତି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.