ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କଲା ପୋଲିସ

ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କଲା ପୋଲିସ

ଇମ୍ପସିବଲ୍ ହେଲା ପସିବଲ୍ । କମିଶନରେଟ୍‌ ପୋଲିସର ମିସନ୍‌ ଇମ୍ପସିବଲ୍‌ । ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କରିଛି ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ଖୋକନ ମୋଲ୍ଲା ଓ ମୀରଜୁଲା ରେହମାନ ମୋଲ୍ଲା । ବାଙ୍ଗଲୋରରୁ ଏହି ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି ।

ଇମ୍ପସିବଲ୍ ହେଲା ପସିବଲ୍ । କମିଶନରେଟ୍‌ ପୋଲିସର ମିସନ୍‌ ଇମ୍ପସିବଲ୍‌ । ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କରିଛି ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ଖୋକନ ମୋଲ୍ଲା ଓ ମୀରଜୁଲା ରେହମାନ ମୋଲ୍ଲା । ବାଙ୍ଗଲୋରରୁ ଏହି ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ କୋଲକାତା ଓ ଅନ୍ୟ ଜଣେ ବାଂଲାଦେଶର ବୋଲି ସୂଚନା ମିଳିଛି । ଏମାନଙ୍କ ସହ ଆଉ ୪ ଜଣ ବାଂଲେଦେଶୀ ମଧ୍ୟ ସାମିଲ ଅଛନ୍ତି । ମୋଟ ୬ ଜଣିଆ ଗ୍ୟାଙ୍ଗ ୫ ତାରିଖରେ ଲୁଟ୍‌ ପାଇଁ ଭୁବନେଶ୍ବର ଆସିଥିଲେ । ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀରେ ଥିବା ଏଟିଏମ ମେସିନ୍‌ ତାଡ଼ି ଏକ ଟାଟା ଏସି ଗାଡ଼ିରେ ନେଇ ଦୟା ନଦୀ କୂଳରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ସିସିଟିଭି ଫୁଟେଜ ଆଧାରରେ ସ୍ପେଶାଲ ସ୍କ୍ଵାର୍ଡ ତଦନ୍ତ ଚଳାଇଥିଲା । ସରାଇ ଆପ ଜରିଆରେ ଲୁଟେରାଙ୍କୁ ଚିହ୍ନଟ କରିଥିଲା ପୋଲିସ । ଏହି ଘଟଣାରେ ୫ ଜଣ ଲୁଟେରା ସମ୍ପୃକ୍ତ ଥିଲେ । ଲୁଟ୍‌ ପରେ ଲୁଟେରା ମାନେ ଆନ୍ଧ୍ରପ୍ରଦେଶ ପଳାଇ ଯାଇଥିବା ଜାଣିବାକୁ ପାଇଥିଲା ପୋଲିସ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.