ଜୁଲାଇ ୭ରେ ସୁଦ୍ଧା ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ଜୁଲାଇ ୭ରେ ସୁଦ୍ଧା ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ଜୁଲାଇ ୭ରେ ସୁଦ୍ଧା ପ୍ରକାଶ ପାଇବ ୟୁଜି ରେଜଲ୍ଟ । ଏନେଇ ସବୁ କଲେଜର କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ । ଏହା ସହିତ ଆବଶ୍ୟକ ସ୍ଥଳେ ଏକ୍ସଟ୍ରା କ୍ଲାସ କରି କୋର୍ସ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜୁଲାଇ ୭ରେ ସୁଦ୍ଧା ପ୍ରକାଶ ପାଇବ ୟୁଜି ରେଜଲ୍ଟ । ଏନେଇ ସବୁ କଲେଜର କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ । ଏହା ସହିତ ଆବଶ୍ୟକ ସ୍ଥଳେ ଏକ୍ସଟ୍ରା କ୍ଲାସ କରି କୋର୍ସ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ବ୍ୟାକ ପେପର ପରୀକ୍ଷା ମଧ୍ୟ ସମୟ ପୂର୍ବରୁ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେଇଯାଇଛି । ଯାହା ଫେବୃଆରୀ ମାସ ୧୦ ତାରିଖରେ ସରିବ ।

ସୂଚନାମୁତାବକ ଚଳିତବର୍ଷ ୩,୩୮,୭୪୭ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥିରୁ କଳାରେ ୨,୧୯,୧୧୦ ଥିବା ବେଳେ ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫,୧୧୦ ଜଣ ରହିଛନ୍ତି । ସବୁ ପ୍ରାକ୍ଟିକାଲ ରୁମରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ପ୍ରାକ୍ଟିକାଲ ପରୀକ୍ଷା ଶେଷ ହେବା ପରେ ଫେବୃଆରୀ ୧୭ତାରିଖ ସୁଦ୍ଧା ପ୍ରାକ୍ଟିକାଲ ଉତ୍ତରଖାତା ଏବଂ ମାର୍କ ସିଏଚ୍‌ଏସ୍‌ରେ ଦାଖଲ ହେବ। ସେହି ଭଳି ଆସନ୍ତା ମାର୍ଚ୍ଚ ମାସ ପହିଲାରୁ ରାଜ୍ୟରେ ଯୁକ୍ତଦୁଇ ଥିଓରି ପରୀକ୍ଷା ଆରମ୍ଭ ହେବ । ଏପ୍ରିଲ ମାସ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.