ବ୍ୟାକଫୁଟ୍‌ରେ ୟୁକ୍ରେନ : ଋଷର ୫ ଯୁଦ୍ଧ ବିମାନ ଗୋଟିଏ ହେଲିକପ୍ଟରକୁ ଧ୍ୱଂସ

ବ୍ୟାକଫୁଟ୍‌ରେ ୟୁକ୍ରେନ : ଋଷର ୫ ଯୁଦ୍ଧ ବିମାନ ଗୋଟିଏ ହେଲିକପ୍ଟରକୁ ଧ୍ୱଂସ

ଋଷ-ୟୁକ୍ରେନରେ ମଧ୍ୟରେ ଭୟଙ୍କର ଯୁଦ୍ଧ । ଯୁଦ୍ଧ ନୁହେଁ ମହାଯୁଦ୍ଧ । କାରଣ ଋଷକୁ ସବୁଆଡୁ ଆକ୍ରମଣ ପରେ ଏବେ ପାଲଟା ଆଟାକ କରିଛି ୟୁକ୍ରେନ ।

ଋଷ-ୟୁକ୍ରେନରେ ମଧ୍ୟରେ ଭୟଙ୍କର ଯୁଦ୍ଧ । ଯୁଦ୍ଧ ନୁହେଁ ମହାଯୁଦ୍ଧ । କାରଣ ଋଷକୁ ସବୁଆଡୁ ଆକ୍ରମଣ ପରେ ଏବେ ପାଲଟା ଆଟାକ କରିଛି ୟୁକ୍ରେନ । ଭ୍ଲାଦିମିର ପୁଟିନଙ୍କ ଆକ୍ରମଣ ଜୋରଦାରର ଜବାବ ଦେଇଛି ୟୁକ୍ରେନ୍ । ୟୁକ୍ରେନ ପୂର୍ବାଞ୍ଚଳ ସାମରିକ ଘାଟିରୁ ଋଷ ଉପରୋ ଜୋରଦାର ପ୍ରତି ଆକ୍ରମଣ ।

ବୋରିସପିଲ, ଓଡୋରନୋମ, କୁଲବାକିନୋମୁ, ଚୁଗ୍ୟୁଏଭ, କ୍ରାମାଟୋରସ୍କ, କ୍ରୋନୋ ବାଇଭିଟସ, ଏବଂ ଓଡର ବିମାନ ବନ୍ଦର ଏବଂ ଘାଟିରୁ ବାଲିଷ୍ଟିକ ଆକ୍ରମଣ କରିଛି ୟୁକ୍ରେନ ସେନା । ୟୁକ୍ରେନ ସେନା ମୁଖ୍ୟ ନିଜେ ଯୁଦ୍ଧ ପରିଚାଳନା କରୁଛନ୍ତି । ସେପଟେ ଲୁହାନସ୍କ ଅଞ୍ଚଳରେ ଋଷର ୫ଟି ଯୁଦ୍ଧ ବିମାନକୁ ଧ୍ୱଂସ କରିଥିବା ଦାବି କରିଛି ୟୁକ୍ରେନ । ସେତିକି ନୁହେଁ ଗୋଟିଏ ହେଲିକପ୍ଟରକୁ ବି ଧ୍ୱସ୍ତ ବିଧ୍ୱସ୍ତ କରିଦିଆଯାଇଛି ।

ସାମରିକ ତଥା ସୀମା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓଡେଶାରେ ଋଷ ସେନାର ଜୋରଦାର ଉପସ୍ଥିତିକୁ ଅସ୍ୱିକାର କରିଛି ୟୁକ୍ରେନ । ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଋଷ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସାରା ବିଶ୍ୱକୁ ନିବେଦନ କରିଛନ୍ତି । ନଚେତ୍ ୟୁରୋପ ସହ ସାରା ବିଶ୍ୱ ଭୟଙ୍କର ପରିଣତି ଭୋଗିବ ବୋଲି ସେ କହିଛନ୍ତି । ସେପଟେ ଜଳ-ସ୍ଥଳ-ଆକାଶରୁ ଏକକାଳୀନ ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷସେନା । ପାଓ୍ୱାର ଷ୍ଟେସନ, ତୈଳ କୂପ ସହ ଗୁରୁତ୍ୱପୂର୍ଣ୍ଣ ସେନା ଓ ସରକାରୀ କାର୍ଯ୍ୟାନୁଷ୍ଠାନକୁ କରିଛି ଟାର୍ଗେଟ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.