ଯୁଦ୍ଧର ୧୭ ଦିନରେ ଆକ୍ରମଣଙ୍କୁ ଆହୁରି ତ୍ରୀବ କଲା ୠଷ

ଯୁଦ୍ଧର ୧୭ ଦିନରେ ଆକ୍ରମଣଙ୍କୁ ଆହୁରି ତ୍ରୀବ କଲା ୠଷ

ବିଜୟ ହାସଲ ପାଇଁ ରୁଷ ୟୁକ୍ରେନରେ ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ଆମେରିକା ସତର୍କ କରାଇ ଦେଇଛି। ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ଆଲୋଚନା ସଫଳ ହୋଇ ନଥିଲେ ମଧ୍ୟ ଅଗ୍ରଗତି ଘଟିଥିବା ଋଷ ରାଷ୍ଟ୍ରପତି ସୂଚନା ଦେଇଛନ୍ତି।

ଜଟିଳ ହେବାରେ ଲାଗିଛି ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିତି । ୧୭ ଦିନ ପରେ ୟୁକ୍ରେନ ଉପରେ ଋଷ ପକ୍ଷରୁ ଆକ୍ରମଣ ଥମିବାର ନାଁ ନେଉନାହିଁ। ଆମେରିକା ସମେତ ବିଭିନ୍ନ ପାଶ୍ଚାତ୍ୟ ଦେଶ ଗୁଡିକ ଋଷ ଉପରେ କଟକଣା ଲଗାଉଥିବା ବେଳେ ଋଷ ଆକ୍ରମଣାତ୍ମକ ଆଭିମୁଖ୍ୟରୁ ପଛକୁ ବଦଳରେ ଆକ୍ରମଣକୁ ଜୋର କରିଛି। ଏମିତି କି ବାରମ୍ବାର ବିଫଳ ହେବା ପରେ ବି ଋଷ ଏବେ ୟୁକ୍ରେନ ରାଜଧାନୀ କିଭ ଦଖଲ କରିବାକୁ ଜୋରଦାର ଉଦ୍ୟମ ଜାରି ରଖିଛି। ଯୁଦ୍ଧରେ ୟୁକ୍ରେନ ବିଜୟୀ ହେବ ବୋଲି କହିଛନ୍ତି  ରାଷ୍ଟ୍ରପତି ଜେଲେନସ୍କି। ୧୬ ଦିନରେ ଯୁଦ୍ଧ ଉପରେ କହିଲେ ଜେଲେନସ୍କି। ଋଷ ଭାବୁଥିଲା , ୪ ଦିନରେ ୟୁକ୍ରେନ ଦଖଲ କରିବ। ୧୬ ଦିନ ପରେ ବି ଋଷ କିଛି କରିପାରିନି। ପୂରା ବିଶ୍ୱ ୟୁକ୍ରେନ ପରାକ୍ରମ ଦେଖିଲା। ଆମେ ଏହି ଯୁଦ୍ଧରେ ବିଜୟୀ ହେବୁ।

 

ବିଜୟ ହାସଲ ପାଇଁ ରୁଷ ୟୁକ୍ରେନରେ ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ଆମେରିକା ସତର୍କ କରାଇ ଦେଇଛି। ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ଆଲୋଚନା ସଫଳ ହୋଇ ନଥିଲେ ମଧ୍ୟ ଅଗ୍ରଗତି ଘଟିଥିବା ଋଷ ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ଯଦି ପାଶ୍ଚାତ୍ୟ ରାଷ୍ଟ୍ରମାନେ ଋଷ ଉଠାଇଥିବା ସମସ୍ୟାକୁ ବୁଝନ୍ତେ ତେବେ ଯୁଦ୍ଧ ବନ୍ଦ ହୋଇପାରନ୍ତା ବୋଲି ସେ କହିଛନ୍ତି।


 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.