5G ଇଣ୍ଟରନେଟ ପାଇଁ ଆମେରିକାକୁ ଉଡିବନି ଏୟାର ଇଣ୍ତିଆ

5G ଇଣ୍ଟରନେଟ ପାଇଁ ଆମେରିକାକୁ ଉଡିବନି ଏୟାର ଇଣ୍ତିଆ

ବେସାମରିକ ବିମାନ ଉଡ଼ାଣ ନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ବୁଧବାର ଆମେରିକାଗାମୀ ଏୟାର ଇଣ୍ଡିଆର ୮ଟି ବିମାନର ଉଡ଼ାଣ ବାତିଲ କରାଯାଇଛି।

ବେସାମରିକ ବିମାନ ଉଡ଼ାଣ ନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ବୁଧବାର ଆମେରିକାଗାମୀ ଏୟାର ଇଣ୍ଡିଆର ୮ଟି ବିମାନର ଉଡ଼ାଣ ବାତିଲ କରାଯାଇଛି। ଏହି ବିମାନଗୁଡ଼ିକ ଯଥାକ୍ରମେ ଦିଲ୍ଲୀରୁ ସାନ୍‌ଫ୍ରାନ୍ସିସ୍‌କୋ, ନ୍ୟୁୟର୍କ, ସିକାଗୋ, ନେୱର୍କ ମଧ୍ୟରେ ଉଡ଼ାଣ କରିବାର ଥିଲା। ଉତ୍ତର ଆମେରିକାରେ ୫-ଜି ଇଣ୍ଟରନେଟ୍‌ ସେବା ଯୋଗୁଁ ବିମାନ ବୈଷୟକ ତ୍ରୁଟି ଲକ୍ଷ୍ୟ କରାଯାଉଛି ଏବଂ ଏଥିନେଇ ଉଡ଼ାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଜଣାପଡ଼ିବା ପରେ ଡିଜିସିଏ ଏହି ପଦକ୍ଷେପ ଗ୍ରହଣ କରିଛି। ପରିସ୍ଥିତି ଉପରେ ନଜର ରଖାଯାଇଥିବା ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି।

ସୂଚନାଯୋଗ୍ୟ ଯେ ଆମେରିକାର ଫେଡେରାଲ ଆଭିଏସନ୍‌ ଆଡମିନିଷ୍ଟ୍ରେସନ୍‌ (ଏଫ୍‌ଏଏ) ପକ୍ଷରୁ ୧୪ ତାରିଖରେ ୫-ଜି ଇଣ୍ଟରନେଟ୍‌ ଯୋଗୁଁ ବିମାନର ରେଡିଓ ଅଲ୍‌ଟିମିଟରରେ ସମସ୍ୟା ଉପୁଜିଥିବା ଏବଂ ବିମାନ ଅବତରଣରେ ସମସ୍ୟା ଦେଖାଯାଉଥିବା ନେଇ ସୂଚନା ଦିଆଯାଇଥିଲା। ଏହି କାରଣରୁ ରନ୍‌-ୱେରେ ବିମାନକୁ ଅଟକାଇବା ସମ୍ଭବ ନୁହେଁ ବୋଲି ଦର୍ଶାଯାଇଥିଲା। ଅଲ୍‌ଟିମିଟର ଦ୍ବାରା ରନ୍‌-ୱେଠାରୁ ଅବତରଣ ପାଇଁ ଅପେକ୍ଷା କରିଥିବା ବିମାନ ମଧ୍ୟରେ ଉଚ୍ଚତା ମପାଯାଇଥାଏ। ଏହି ବ୍ୟବସ୍ଥା ୫-ଜି ଯୋଗାଯୋଗ ଦ୍ବାରା ପରିଚାଳିତ ହୋଇଥାଏ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.