ଆପଣାନ୍ତୁ ବାସ୍ତୁର ଏହି ଟିପ୍ସ, ଚମକି ଉଠିବ ଆପଣଙ୍କ ଭାଗ୍ୟ

ଆପଣାନ୍ତୁ ବାସ୍ତୁର ଏହି ଟିପ୍ସ, ଚମକି ଉଠିବ ଆପଣଙ୍କ ଭାଗ୍ୟ

ଆର୍ଥିକ ସୁଖ ସୁବିଧାର କାମନା ତ ସମସ୍ତେ କରିଥାନ୍ତି । କିନ୍ତୁ ଏହି ସୁଖ ସୁବିଧା କମ ଲୋକଙ୍କୁ ପ୍ରାପ୍ତି ହୋଇଥାଏ । ବେଳେ ବେଳେ ନିଜ କର୍ମରେ ହିଁ ଦୋଷ ରହିଯାଇଥାଏ ତ ପୁଣି ବେଳେ ବେଳେ ଆଖାପାଖର ବାତାବରଣରେ ଦୋଷ ରହିଥାଏ ।

ଆର୍ଥିକ ସୁଖ ସୁବିଧାର କାମନା ତ ସମସ୍ତେ କରିଥାନ୍ତି । କିନ୍ତୁ ଏହି ସୁଖ ସୁବିଧା କମ ଲୋକଙ୍କୁ ପ୍ରାପ୍ତି ହୋଇଥାଏ । ବେଳେ ବେଳେ ନିଜ କର୍ମରେ ହିଁ ଦୋଷ ରହିଯାଇଥାଏ ତ ପୁଣି ବେଳେ ବେଳେ ଆଖାପାଖର ବାତାବରଣରେ ଦୋଷ ରହିଥାଏ । ଜୀବନରେ ବାସ୍ତୁଶାସ୍ତ୍ରର ଖୁବ୍ ପ୍ରଭାବ ରହିଥାଏ । ସେଥିପାଇଁ ଭାଗ୍ୟ ବଦଳାଇବା ଲାଗି ବାସ୍ତୁ ନିୟମ ମାନି ଚଳିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରର କିଛି ନିୟମ ବିଷୟରେ..

୧)  ଘରର ମୁଖ୍ୟଦ୍ୱାରରେ ଭଗବାନ ଗଣେଶଙ୍କ ଫଟୋ ଲଗାଇ ଓଁ ଲେଖନ୍ତୁ । ଏଭଳି କରିବା ଦ୍ୱାରା ଘରେ ସର୍ବଦା ସୁଖ ଶାନ୍ତି ବାତାବରଣ ବଳବତ୍ତର ରହିଥାଏ । ଏହାସହିତ ଲକ୍ଷ୍ମୀବାସ କରିଥାନ୍ତି ।
୨)  ଯଦି ଆପଣଙ୍କ ଇଶାଣ କୋଣରେ ଲୁଣ ରଖୁଥିବେ ଏବଂ ତାକୁ ନିୟମିତ ବଦଳାଉ ଥିବେ, ତେବେ ଆପଣଙ୍କ ଘରେ କଦାପି ଧନର ଅଭାବ ଦେଖାଦେବ ନାହିଁ ।
୩)  ଯଦି ଆପଣ ଅଶୋକ ଗଛର କାଠକୁ ଆପଣଙ୍କ ଠାକୁର ଘରେ ରଖି ପୂଜା କରିବେ ତେବେ ଆପଣଙ୍କ ସମସ୍ତ ସମସ୍ୟା ଏବଂ ଆର୍ଥିକ ଅଭାବ ଦୂର ହେବ ।
୪)  ହିନ୍ଦୁ ଶାସ୍ତ୍ରାନୁସାରେ କୁବେରଙ୍କୁ ଧନର ସ୍ୱାମୀ ବୋଲି କୁହାଯାଏ । ଯଦି ଆପଣ ଘରେ କୁବେର ଯନ୍ତ୍ର ରଖି ପୂଜିବେ ତେବେ ଏହାଦ୍ୱାରା ଦାରିଦ୍ର୍ୟତା ଦୂର ହେବ ।
୫)  ଯଦି ଆପଣ ଶୋଇବା ସମୟରେ ତମ୍ବା ପାତ୍ରରେ ପାଣି ଭରି ରଖିବେ, ତେବେ ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.