ଯଦି କୌଣସି ଘରେ ବାସ୍ତୁ ଦୋଷ ରହିଥିବ ତେବେ ଆପଣ ଯେତେ ପରିଶ୍ରମ କଲେ ବି ସଫଳତା ହାସଲ ହେବ ନାହିଁ । କାରଣ ବାସ୍ତୁ ଦୋଷ ହିଁ କୌଣସି ସଫଳ କାର୍ଯ୍ୟ କରିବାକୁ ଦିଏ ନାହିଁ । ଯାହା ଉପରେ କାହାରି ଦୃଷ୍ଟି ନଥାଏ । ଯେଉଁଥି ପାଇଁ ଅନେକ ସମସ୍ୟାର ସମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ସଫଳତା ପାଇଁ କେଉଁ ଉପାୟ କରିବା ଉଚିତ୍।
୧) ପୂଜା କରିବା ସମୟରେ ଠାକୁରଙ୍କଠାରେ ଅର୍ପିତ ହୋଇଥିବା ଫୁଲକୁ ପୂରା ଲଗେଇକି ରଖିଲେ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ସେଥିପାଇଁ ଠାକୁରଙ୍କ ଠାରେ ସକାଳେ ଚଢା ହୋଇଥିବା ଫୁଲକୁ ସନ୍ଧ୍ୟାରେ କାଢି ଦିଅନ୍ତୁ ।
୨) ଘରେ ଖୀର ପାତ୍ରକୁ ବିଲକୁଲ୍ ଖୋଲା ଛାଡନ୍ତୁ ନାହିଁ । ଯଦି ଖୀର ଗରମ ଅଛି ତେବେ ତାକୁ ଏକ ଜାଲି ଦ୍ୱାରା ଢାଙ୍କି ଦିଅନ୍ତୁ, କିନ୍ତୁ ଖୋଲା ଛାଡନ୍ତୁ ନାହିଁ ।
୩) ଘରର ଆଲମିରା ପାଖକୁ କିମ୍ବା ରୋଷେଇ ଘରକୁ ଚପଲ ପିନ୍ଧି ଯିବା ଉଚିତ୍ ନୁହେଁ । ଏହାଦ୍ୱାରା ଅନେକ ସମସ୍ୟା ଉପୁଜି ଥାଏ ।
୪) ଘରେ ସର୍ବଦା ଭୋଜନ କରିବା ପୂର୍ବରୁ ଗାଇକୁ ଭୋଜନ କରାନ୍ତୁ । ଏହାଦ୍ୱାରା ପରିବାରରେ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ ।
୫) ଘରେ କଣ୍ଟା ଜାତୀୟ ଗଛ ରଖିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ । ସେଥିପାଇଁ ଏହି ଜାତୀୟ ଗଛକୁ ଭୁଲ୍ ରେ ବି ଘରେ ରଖନ୍ତୁ ନାହିଁ ।