ପୌର ନିର୍ବାଚନ : ପ୍ରାର୍ଥୀପତ୍ର ଯାଞ୍ଚରେ କଟିଲେ ୧୦୦ ଆଶାୟୀ

ପୌର ନିର୍ବାଚନ :  ପ୍ରାର୍ଥୀପତ୍ର ଯାଞ୍ଚରେ କଟିଲେ  ୧୦୦ ଆଶାୟୀ

ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଯାଂଚ ପ୍ରକ୍ରିୟା ଶେଷ ହୋଇଛି। ମୋଟ ୭୦୫୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ଥିବାବେଳେ ୧୦୦ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି।

ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଯାଂଚ ପ୍ରକ୍ରିୟା ଶେଷ ହୋଇଛି। ମୋଟ ୭୦୫୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ଥିବାବେଳେ ୧୦୦ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି। ଗତ ୨ରୁ ୭ତାରିଖ ମଧ୍ୟରେ ୧୦୬ଟି ମ୍ୟୁନିସପାଲଟି ଓ ଏନଏସି ଏବଂ ୩ଟି ମହାନଗର ନିଗମର ମୋଟ ୧୮୯୯ଟି ୱାର୍ଡରେ କର୍ପୋରେଟର/କାଉନସିଲର, ମେୟତ୍ତ୍ୱର/ଅଧ୍ୟକ୍ଷ ପାଇଁ ୭୧୫୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସହ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ।ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପୌର ନିର୍ବାଚନରେ ମୋଟ ୧୦୬ଟି ପୌର ପରିଷଦ,ଏନଏଏସିର ଅଧ୍ୟକ୍ଷ ପଦବୀ ଓ ୩ଟି ମହାନଗରର ମେୟର ପଦବୀ ନିମନ୍ତେ ମୋଟ ୬୯୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ଆଜି ଯାଂଚରେ ସେମାନଙ୍କ ମଧ୍ୟରୁ ୨୨ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି । ସେହିପରି ୩ଟି ମହାନଗର ନିଗମର ୧୬୮ଟି ୱାର୍ଡ ସମେତ ୧୦୬ ପୌର ଓ ଏନଏସିର ମୋଟ ୧୮୯୯ଟି ୱାର୍ଡରେ ୬୪୫୯ଜଣ କର୍ପୋରେଟର/କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୭୮ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.