ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ହାତ

ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ହାତ

ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ସନ୍ଦେହ ଘେରରେ ଶଶିକଳା, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଘରୋଇ ଡାକ୍ତର । କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା ତାର ସତ୍ୟତା ଜାଣିବା ପାଇଁ ତାମିଲନାଡୁ ସରକାର ଏକ ପ୍ୟାନେଲ ଗଠନ କରିଥିଲେ ।

ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ସନ୍ଦେହ ଘେରରେ ଶଶିକଳା, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଘରୋଇ ଡାକ୍ତର । କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା ତାର ସତ୍ୟତା ଜାଣିବା ପାଇଁ ତାମିଲନାଡୁ ସରକାର ଏକ ପ୍ୟାନେଲ ଗଠନ କରିଥିଲେ । ଏବେ ଏହି ପ୍ୟାନେଲ ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି । ଏହାପରେ ତାମିଲନାଡୁ ସରକାର ବିଧାନସଭାରେ ରିପୋର୍ଟକୁ ସାର୍ବଜନୀନ କରିଛନ୍ତି । ଏହି ରିପୋର୍ଟକୁ କିନ୍ତୁ ଶଶିକଳା ଖାରଜ କରିଛନ୍ତି । ଜୟଲଳିତାଙ୍କର ଆନଜିଓପ୍ଲାଷ୍ଟ ଆବଶ୍ୟକତା ନଥିଲା । ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ନିଷ୍ପତ୍ତି ନିଆଯାଇଥିଲା । ଏବଂ ଜୟଲଳିତାଙ୍କୁ ବିଦେଶ ନେଇ ଚିକିତ୍ସା ପାଇଁ କୌଣସି ପଦକ୍ଷେପକୁ ସେ ରୋକି ନ ଥିଲେ । ସେ ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଶଶୀକଳା କହିଛନ୍ତି । ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ହେବା ପରେ ରିପୋର୍ଟ ସାର୍ବଜନୀନ ହୋଇଛି । ଯେଉଁଥିରେ ଆମ୍ମାଙ୍କ ମୃତ୍ୟୁ ପଛରେ ଭିକେ ଶଶିକଳାଙ୍କ ଭୂମିକାକୁ ନେଇ ଯାଞ୍ଚ କମିଟି ପ୍ରଶ୍ନ ଉଠାଇଛି ।


ପ୍ୟାନେଲ ସୁପାରିଶ କରିଛି କି ଜୟଲଳିତଙ୍କା ମୃତ୍ୟୁର ପୁଣି ଥରେ ତଦନ୍ତ କରାଯାଉ । ଆମ୍ମାଙ୍କ ମୃତ୍ୟୁର ଯାଞ୍ଚ ପ୍ରାକୃତିକ ନୁହେଁ ଏକ ଷଡଯନ୍ତ୍ର ଭାବେ ଗ୍ରହଣ କରାଯାଇ କରାଯାଇ ତଦନ୍ତ କରାଯାଉ । ମଙ୍ଗଳବାର ତାମିଲନାଡୁ ସରକାର ବିଧାନସଭାରେ ଜୟଲଳିତାଙ୍କ ମୃତ୍ୟୁର ଯାଞ୍ଚ ରିପୋର୍ଟକୁ ଉପସ୍ଥାପନ କରିଥିଲେ । ଏହି ଯାଞ୍ଚ କମିଟିରେ ୩ଜଣ ଅବସରପ୍ରାପ୍ତ ବିଚାରପତି ଥିଲେ । ୨୦୧୬ ମସିହା ଡିସେମ୍ବର ୫ ତାରିଖରେ ଚେନ୍ନାଇ ଆପୋଲରେ ମୃତ୍ୟୁ ହୋଇଥିଲା । ଡାକ୍ତର କହିଥିଲେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଆମ୍ମାଙ୍କ ମୃତ୍ୟୁକୁ ନେଇ ଏଆଇଏଡିଏମକେ ନେତା ଓ ପନୀରସେଲଭମ ପ୍ରଶ୍ନ ଉଠାଇଥିଲେ । ପରେ ପଲାନୀସସ୍ୱାମୀ ସରକାର ଗଠନ କରିବା ପରେ ମୃତ୍ୟୁ ମାମଲାର ଯାଂଚ ପାଇଁ ଏକ ପ୍ୟାନେଲ ଗଠନ କରିଥିଲେ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.