ଭୋଟର ଆଇଡି ସହ ଲିଙ୍କ ହେବ ଆଧାର କାର୍ଡ

ଭୋଟର ଆଇଡି ସହ ଲିଙ୍କ ହେବ ଆଧାର କାର୍ଡ

ଆଧାର ନମ୍ବର ସହ ଭୋଟର ଆଇଡି କାର୍ଡ଼ ଲିଙ୍କର ଅବଧିକୁ କେନ୍ଦ୍ର ସରକାର ୩୧ ମାର୍ଚ୍ଚ ୨୦୨୪କୁ ବୃଦ୍ଧି କରିଛନ୍ତି। ଶେଷଥର ପାଇଁ ଆଧାର ନମ୍ବର ସହ ଭୋଟର ଆଇଡି ଲିଙ୍କର ଶେଷ ତାରିଖ ୨୦୨୩ ଏପ୍ରିଲ ୧ ତାରିଖ ଥିଲା। ତେବେ ପରବର୍ତ୍ତୀ ତାରିଖ ସମ୍ପର୍କରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି।

ଆଧାର ନମ୍ବର ସହ ଭୋଟର ଆଇଡି କାର୍ଡ଼ ଲିଙ୍କର ଅବଧିକୁ କେନ୍ଦ୍ର ସରକାର ୩୧ ମାର୍ଚ୍ଚ ୨୦୨୪କୁ ବୃଦ୍ଧି କରିଛନ୍ତି। ଶେଷଥର ପାଇଁ ଆଧାର ନମ୍ବର ସହ ଭୋଟର ଆଇଡି ଲିଙ୍କର ଶେଷ ତାରିଖ ୨୦୨୩ ଏପ୍ରିଲ ୧ ତାରିଖ ଥିଲା। ତେବେ ପରବର୍ତ୍ତୀ ତାରିଖ ସମ୍ପର୍କରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି। ନୂଆ ନିୟମ ଅନୁଯାୟୀ, ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଥିବା ଫର୍ମଗୁଡ଼ିକରେ କେତେକ ସଂଶୋଧନ କରାଯାଇଛି । ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ କେବଳ ଫର୍ମ ନଂ-୬ରେ ଆବେଦନ କରାଯିବ । ପ୍ରବାସୀ ଭାରତୀୟ ନାଗରିକମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନଂ-୬କରେ ଆବେଦନ କରିବେ ।ଏଥିପାଇଁ ଅନଲାଇନ୍‌ରେ ବି ଆବେଦନ କରିହେବ । ଭୋଟରମାନେ ଅନଲାଇନ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ଗରୁଡ଼, ଏନ୍‌ଭିଏସ୍‌ପି, ଭିଏଚ୍‌ଏ, ଭୋଟର ପୋର୍ଟାଲ ଆଦି ୱେବସାଇଟ‌ ମାଧ୍ୟମରେ ଆଧାର ନମ୍ବର ସଂଯୋଗ କରିପାରିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.