ପଛକୁ ପଛ ୨ଟି ଲଘୁଚାପ ! ଦକ୍ଷିଣ ଓଡ଼ିଶାରେ ସାମାନ୍ଯ ବର୍ଷା ସମ୍ଭାବନା

ପଛକୁ ପଛ ୨ଟି ଲଘୁଚାପ ! ଦକ୍ଷିଣ ଓଡ଼ିଶାରେ ସାମାନ୍ଯ ବର୍ଷା ସମ୍ଭାବନା

ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲ୍‌ ପୂର୍ବାନୁମାନ କରିଛନ୍ତି, ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ଏକ ଦୁର୍ବଳ ଲଘୁଚାପ ସୃଷ୍ଟି ହେବ । ତେବେ ଏହା ପ୍ରଭାବହୀନ ରହିବ । ଦକ୍ଷିଣ ଓଡିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆଗାମୀ ୪ ଦିନ ଯାଏ ଏହାର ପ୍ରଭାବ ରହିବ । ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର, ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଖଣ୍ଡ ଖଣ୍ଡ ମେଘ ଘନୀଭୂତ ହେବ । ଆଣ୍ଡାମାନ ନିକୋବର ଦ୍ୱୀପରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲ୍‌ ପୂର୍ବାନୁମାନ କରିଛନ୍ତି, ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ଏକ ଦୁର୍ବଳ ଲଘୁଚାପ ସୃଷ୍ଟି ହେବ । ତେବେ ଏହା ପ୍ରଭାବହୀନ ରହିବ । ଦକ୍ଷିଣ ଓଡିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।


ଅନ୍ୟପଟେ ଡିସେମ୍ବର ୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ତାପୂର୍ବରୁ ଆସନ୍ତା ସପ୍ତାହରେ ଦକ୍ଷିଣ ଚାଇନା ସାଗରରେ ଏକ ଡିପ୍ରେସନ୍‌ କିମ୍ବା ସାମୁଦ୍ରିକ ଝଡ଼ ସୃଷ୍ଟି ହେବ । ସମ୍ଭାବ୍ୟ ବାତ୍ୟାର ଅବଶିଷ୍ଟାଂଶ ଡିସେମ୍ବର ୩ କିମ୍ବା ୪ ତାରିଖରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ଆକାରରେ ପ୍ରବେଶ କରିବ । ପରବର୍ତ୍ତୀ ସମୟରେ ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବା ସହ ବଙ୍ଗୋପସାଗରରେ ଆଗକୁ ବଢ଼ିବ ବୋଲି ଜାସନ୍‌ ନିକୋଲସ ପୂର୍ବାନୁମାନ କରିଛନ୍ତି । ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିନି ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.