ଆଜିଠୁ କମିବ ଶୀତ, କୃଷି କୁଳକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଆଜିଠୁ କମିବ ଶୀତ, କୃଷି କୁଳକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ରାଜ୍ୟରେ ଶୀତ ପ୍ରକୋପ କମିବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨ ତାରିଖରୁ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବଢ଼ିବ ।

ଆସନ୍ତା ୩ ଓ ୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩ ତାରିଖରେ ୭ ଜିଲ୍ଲାରେ ଓ ୪ରେ ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪ରେ ୭ଟି ଜିଲ୍ଲାରେ କୁଆପଥର ମାଡ଼ ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୨ ତାରିଖରେ କିଛି ଜିଲ୍ଲାରେ ଘନ କୁହୁଡ଼ି ହେବା ଆଶଙ୍କା ଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କତା ଜାରି କରିଛନ୍ତି ।

ପଶ୍ଚିମା ଝଡ଼ ପ୍ରଭାବରେ ବଙ୍ଗୋପସାଗରରୁ ରାଜ୍ୟକୁ ଅଧିକ ମାତ୍ରାରେ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରିବ । ଏହାର ପ୍ରଭାବରେ ୩ ଓ ୪ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ୩ରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ୬ଜିଲ୍ଲା ପାଇଁ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ବର୍ଷା ଆଶଙ୍କା ଥିବାରୁ ପନିପରିବା ଚାଷ ଓ ଉଦ୍ୟାନ କୃଷି ଫସଲରେ ବିଶେଷ କ୍ଷୟକ୍ଷତିର ଆଶଙ୍କା ଥିବା ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ଅମଳ ଉପଯୋଗୀ ହରଡ଼, ବନ୍ଧା କୋବି, ଫୁଲ କୋବି ଓ ଅନ୍ୟ ପରିବାକୁ ଫେବ୍ରୁଆରି ୩ ପୂର୍ବରୁ ଅମଳ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ମୁଗ, ବିରି ଭଳି ଶୀତଦିନିଆ ଡାଲିଜାତୀୟ ବିହନ ବୁଣାବୁଣି ଆସନ୍ତା ଏକ ସପ୍ତାହ ଯାଏ ସ୍ଥଗିତ ରଖିବାକୁ ବିଭାଗ ପରାମର୍ଶ ଦେଇଛି । ସେହିଭଳି କୁଆପଥର ମାଡ଼ରୁ ରକ୍ଷା ପାଇଁ ଟମାଟୋ, ଲଙ୍କା, ପିଆଜ କୋବି ଭଳି ପନିପରିବା ତଳିକୁ ଜାଲି ବା ପ୍ଲାଷ୍ଟିକ୍‌ ଦ୍ୱାରା ଘୋଡାଇ ରଖିବାକୁ କୁହାଯାଇଛି । ବର୍ଷା ଯୋଗୁ ଜମୁଥିବା ପାଣିର ନିଷ୍କାସନ ପାଇଁ ପନିପରିବା ତଳି ଓ ମୁଖ୍ୟ ଜମିରେ ଆବଶ୍ୟକ ନାଳି ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ରାଜ୍ୟରେ ଶୀତ ପ୍ରକୋପ କମିବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨ ତାରିଖରୁ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବଢ଼ିବ । ଫେବ୍ରୁଆରି ମାସରେ ଦିନରେ ଅଧିକ ଗରମ ଅନୁଭୂତ ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.