ଆସୁଛି ଆଉ ଏକ ପଶ୍ଚିମା ଝଡ, ୧୫ରୁ ଘଡଘଡି ସହ ବର୍ଷା

ଆସୁଛି ଆଉ ଏକ ପଶ୍ଚିମା ଝଡ, ୧୫ରୁ ଘଡଘଡି ସହ ବର୍ଷା

୨ ଦିନର ବିରତି ପରେ ରାଜ୍ୟକୁ ପୁଣି ଫେରିବ ପଶ୍ଚିମାଝଡ।୧୫ରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବିଜୁଳି ଘଡଘଡି ସହ ବର୍ଷା ହେବ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ସୂଚନା ଦେଇଛନ୍ତି ।

୨ ଦିନର ବିରତି ପରେ ରାଜ୍ୟକୁ ପୁଣି ଫେରିବ ପଶ୍ଚିମାଝଡ। ୧୫ରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବିଜୁଳି ଘଡଘଡି ସହ ବର୍ଷା ହେବ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ସୂଚନା ଦେଇଛନ୍ତି । ୧୬ ତାରିଖରେ ରାଜ୍ୟର ୧୦ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୱାର୍ଣ୍ଣଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ବର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ । ତେବେ ଏହି ଜିଲ୍ଲାମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ କହିଛି । 

ସୂଚନାନୁସାରେ, ୩ ଦିନ ପଶ୍ଚିମାଝଡ ବିରତି ପରେ ରାଜ୍ୟରେ ପୁଣି ତାତି ବଢ଼ିଛି।  ରବିବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ‌୩୮ଡିଗ୍ରି ରହିଥିଲା । ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୨ଦିନ ମଧ୍ୟ ରାଜ୍ୟରେ ପ୍ରବଳ ଖରା ହେବ, ତାତି ବଢ଼ିବ। କିନ୍ତୁ ପାରଦ ୩୯ ଡିଗ୍ରିରୁ ଅଧିକ ହେବ ନାହି।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.