ପ୍ରତିବାଦ ପ୍ରତ୍ୟାହାର କଲେ କୁସ୍ତିଖେଳାଳି

ପ୍ରତିବାଦ ପ୍ରତ୍ୟାହାର କଲେ କୁସ୍ତିଖେଳାଳି

ଶୁକ୍ରବାର ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ବ୍ୟାପକ ଆଲୋଚନା କରିବା ପରେ ୩ ଦିନ ଧରି ଜନ୍ତରମନ୍ତରରେ ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର ମୁଖ୍ୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ପ୍ରତିବାଦରତ କୁସ୍ତିଖେଳାଳିମାନେ ପ୍ରତିବାଦ ପ୍ରତ୍ୟାହାର କରିଛନ୍ତି।

ଶୁକ୍ରବାର ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ବ୍ୟାପକ ଆଲୋଚନା କରିବା ପରେ ୩ ଦିନ ଧରି ଜନ୍ତରମନ୍ତରରେ ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର ମୁଖ୍ୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ପ୍ରତିବାଦରତ କୁସ୍ତିଖେଳାଳିମାନେ ପ୍ରତିବାଦ ପ୍ରତ୍ୟାହାର କରିଛନ୍ତି। ସେହିପରି, ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର ଅଧ୍ୟକ୍ଷ ପଦରୁ ୪ ସପ୍ତାହ ପାଇଁ ଅବ୍ୟାହତି ନେବା ଲାଗି ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କୁ ମଧ୍ୟ କୁହାଯାଇଛି।

ଶୁକ୍ରବାର ରାତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ୭ଘଣ୍ଟା କାଳ ସେ ପ୍ରତିବାଦରତ କୁସ୍ତିଖେଳାଳିମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରୁ ସମସ୍ତେ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧ ଅଭିଯୋଗ କରିଛନ୍ତି। ତେଣୁ, ‘ଡବ୍ଲୁଏଫ୍‌ଆଇ’ ସହିତ ଜଡ଼ିତ ଥିବା ମାମଲାର ତଦନ୍ତ ଲାଗି କ୍ରୀଡ଼ା ମନ୍ତ୍ରାଳୟ ‘ଓଭର୍‌ସାଇଟ୍‌ କମିଟି’ ଗଠନ କରିବ।ଏହି କମିଟି ୪ ସପ୍ତାହ ଭିତରେ ତଦନ୍ତ ଶେଷ କରିବ ଏବଂ ସେପର୍ଯ୍ୟନ୍ତ ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ବ୍ରିଜ୍‌ଭୂଷଣ ତାଙ୍କର ଦୈନନ୍ଦିନ ଦାୟିତ୍ବରୁ ଅବ୍ୟାହତି ନେଇ ତଦନ୍ତରେ ସହଯୋଗ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି।

ସେହିପରି, ‘ଇଣ୍ଡିଆନ୍‌ ଅଲିମ୍ପିକ୍‌ ଆସୋସିଏସନ୍‌’ର ରିପୋର୍ଟ ପ୍ରକାଶ ପାଇବା ପର୍ଯ୍ୟନ୍ତ ପ୍ରତିବାଦ ସ୍ଥଗିତ ରଖିବେ ବୋଲି ପ୍ରତିବାଦକାରୀ କୁସ୍ତିଖେଳାଳିମାନେ ମଧ୍ୟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମହିଳା କୁସ୍ତିଖେଳାଳିମାନଙ୍କୁ ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ବ୍ରିଜ୍‌ଭୂଷଣ ଯୌନଶୋଷଣ କରୁଛନ୍ତି ବୋଲି ଅଭିଯୋଗ କରି ଭିନେଶ ଫୋଗଟ୍‌, ବଜରଙ୍ଗ ପୁନିଆ ଏବଂ ଆହୁରି ଅନେକ କୁସ୍ତିଖେଳାଳି ଜାତୀୟ ରାଜଧାନୀର ଜନ୍ତରମନ୍ତରରେ ‘ଡବ୍ଲୁଏଫ୍‌ଆଇ’ ଓ ଏହାର ମୁଖ୍ୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ପ୍ରତିବାଦ ଆରମ୍ଭ କରିଥିଲେ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.