କାମ କରୁନି WhatsApp । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସ ଆପ୍ର ସର୍ଭର ଡାଉନ(WhatsApp down in India) । କୌଣସି ମେସେଜ୍ କିମ୍ବା ଭିଡିଓ ସେୟାର୍ ହେଉ ନ ଥିବାବେଳେ, ଅଡିଓ କିମ୍ବା ଭିଡିଓ କଲ୍ ମଧ୍ୟ ବନ୍ଦ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ହ୍ବାଟ୍ସ ଆପ୍ ଡାଉନ୍ ହେବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ତେବେ ଶୀଘ୍ର ତ୍ରୁଟି ସଂଶୋଧନ କରିବାକୁ ଚେଷ୍ଟା କରାଯାଉଥିବା ମେଟା ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି ।ଖବର ଅନୁଯାୟୀ, ଅଧିକାଂଶ ଭାରତୀୟ WhatsApp ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଦିନ ପ୍ରାୟ 12ଟା 30 ମିନିଟ୍ ସମୟରୁ ହ୍ବାଟ୍ସ ଆପ୍ ମୋବାଇଲ୍ ଆପ୍ ଏବଂ ୱେବ୍ ଜରିଆରେ କୌଣସି ମେସେଜ୍, ଫଟୋ କିମ୍ବା ଭିଡିଓ ସେଣ୍ଡ୍ କି ରିସିଭ୍(ପ୍ରେରଣ ଏବଂ ଗ୍ରହଣ) ହେଉନାହିଁ । ଏପରିକି ଅଡିଓ ଏବଂ ଭିଡିଓ କଲ୍ ମଧ୍ୟ ବନ୍ଦ ହୋଇଯାଇଛି । ଖବର ଲେଖା ହେବା ସୁଦ୍ଧା 2 ହଜାରରୁ ଊର୍ଦ୍ଧ୍ବ ବ୍ୟବହାରକାରୀ ଏନେଇ ସୋସିଆଲ ମିଡିଆରେ ରିପୋର୍ଟ କରିଥିଲେ । 69 ପ୍ରତିଶତ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ଡାଉନ୍ଡିଟେକ୍ଟର ରିପୋର୍ଟ କରିଛି ।